ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କ ରେଳରୋକ - ରେଳଧାରଣାରେ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ଚାଷୀ

ସମ୍ବଲପୁରରେ ବିଭିନ୍ନ ଦାବି ନେଇ ରେଳଧାରଣାରେ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ଚାଷୀ । ଏହି ଚାଷୀମାନେ ସମ୍ବଲପୁର ବାମରା ଓ ସଗରା ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

By

Published : Sep 30, 2019, 2:49 PM IST

ସମ୍ବଲପୁର: ବିଭିନ୍ନ ଦାବି ନେଇ ରେଳଧାରଣାରେ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ଚାଷୀ । ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଚାଷୀ ମାନେ ଗତ ଖରିଫ ଋତୁରେ ବୀମା ରାଶି ମିଳିନଥିବା ପ୍ରତିବାଦରେ ରେଳ ରୋକ କରିଛନ୍ତି ।

ଏହି ଚାଷୀମାନେ ସମ୍ବଲପୁର ବାମରା ଓ ସଗରା ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାମରା ଠାରେ 3 ପ୍ଲାଟୁନ ଓ ସଗରା ଠାରେ 2ପ୍ଲାଟୁନ ପୋଲିସ ସହ 5 ଜଣ ମାଜିଷ୍ଟ୍ରେଟ, ଉପଜିଲ୍ଲାପାଳ, ଏସଡିପିଓ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହା ସହ ରେଳବାଇର 4 ସେକ୍ସନ ଫୋର୍ସ ସହ 6 ଅଫିସର ମୁତୟନ ଅଛନ୍ତି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚାଷୀ କହିଛନ୍ତି । ଏହି ରେଳରୋକ ପୂର୍ବାହ୍ନ 10 ରୁ ମଧ୍ୟାହ୍ନ 2 ଟା ଯାଏଁ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details