ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ରେଳ ବୁଲା ବିକାଳିଙ୍କ ଧାରଣା - vendor

ରେଳ ବୁଲା ବିକାଳିଙ୍କ ଉପରେ କଟକଣା ଲଗାଇବା ପରେ ଗୁରୁବାର ସମ୍ବଲପୁର ରେଳ ଡିଭିଜନ ଅଧିନରେ ଥିବା ଓଡିଶା ଓ ଛତିଶଗଡ଼ର ସମସ୍ତ ଜିଲ୍ଲା ରେଳ ବୁଲା ବିକାଳିମାନେ ବିଭିନ୍ନ ଦାବି ନେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

By

Published : Jul 12, 2019, 12:00 AM IST

ସମ୍ବଲପୁର: ସମ୍ବଲପୁରରେ ଗର୍ଜିଲେ ରେଳ ବୁଲା ବିକାଳି । ସମ୍ବଲପୁର ରେଳ ଡିଭିଜନ ଅଧିନରେ ଥିବା ଓଡିଶା ଓ ଛତିଶଗଡ଼ର ସମସ୍ତ ଜିଲ୍ଲା ରେଳ ବୁଲା ବିକାଳିମାନେ ବିଭିନ୍ନ ଦାବି ନେଇ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ, ରେଳ ବୁଲା ବିକାଳିଙ୍କ ଉପରେ କଟକଣା ଲଗାଇବା ପରେ ସମ୍ବଲପୁର ରେଳ ମଣ୍ଡଳର ପ୍ରାୟ 3 ହଜାର ରେଳ ବୁଲା ବିକାଳି ବେକାର ହୋଇଯାଇଛନ୍ତି । ଫଳରେ ଏହାର ପ୍ରତିବାଦରେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ପୂର୍ବକ ଧାରଣା ଦେଇଛନ୍ତି ଏହି ବୁଲା ବିକାଳିମାନେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ତେବେ ଗୁରୁବାର ସମ୍ବଲପୁର ଫାୟାର ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ସଡ଼କ ଦେଇ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକାଳୀମାନେ ଭାରତୀୟ ମଜଦୁର ସଂଘର ସମର୍ଥନରେ ଧାରଣାରେ ବସିଥିଲେ । ଏଥିରେ ଛତିଶଗଡ଼ ଠାରୁ ଆରମ୍ଭ କରି ଝାରସୁଗୁଡା ଓ ସମ୍ବଲପୁରର ବିଭିନ୍ନ ପ୍ରାନ୍ତରୁ ବୁଲା ବିକାଳୀମାନେ ଯୋଗ ଦେଇଥିଲେ। ଏହି ଧାରଣାରେ ମୁଖ୍ୟତଃ ରେଳ ବୁଲା ବିକାଳିଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇ ଖାଦ୍ୟ ସାମଗ୍ରୀ ବିକିବା ପାଇଁ ଅନୁମତି ଦେବାକୁ ସଂଘ ଦାବି କରିଥିଲା।


ଗୋଟିଏ ଟ୍ରେନରେ ପ୍ରାୟ ପନ୍ଦର ଶହରୁ ଦୁଇ ହଜାର ଯାତ୍ରୀ ଯାତ୍ରା କରୁଥିବା ବେଳେ ଏସି ଏବଂ ରିଜରଭେସନ ଯାତ୍ରୀଙ୍କୁ ଛାଡି ସାଧାରଣ ଯାତ୍ରୀଙ୍କ ପାଇଁ ବୁଳା ବିକାଲିଙ୍କ ବିନା ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ଅସମ୍ଭବ ବୋଲି ମଜଦୁର ସଂଘ କହିଛି । ଏଥିପାଇଁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି ଆଦିର ବ୍ୟବସ୍ଥା କରି ଗରିବ ରେଳ ବୁଳା ବିକାଳୀଙ୍କୁ ରେଳ ଭିତରେ ଖାଦ୍ୟ ପାନୀୟ ବିକ୍ରି କରିବା ପାଇଁ ଅନୁମତି ଦେବାକୁ ସଂଘ ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି ।


ଏପଟେ ସରକାର ଏହି ବୁଲା ବିକାଳିଙ୍କ ଦାବି ଉପରେ ଗୁରୁତ୍ୱ ନଦେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details