ଓଡିଶା

odisha

ETV Bharat / state

ବାମରା ଷ୍ଟେସନରେ ରେଳ ରହଣି ଦାବିରେ ଆନ୍ଦୋଳନ - ରେଳ ରହଣି ଦାବିରେ ଆନ୍ଦୋଳନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ରେଳ ଷ୍ଟେସନ ଠାରେ ରେଳ ରହଣି ନେଇ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଉଛି l ଅଧିକ ପଢନ୍ତୁ

ବାମରା ଷ୍ଟେସନରେ ରେଳ ରହଣି ଦାବିରେ ଆନ୍ଦୋଳନ
protest at Bamara station

By

Published : Feb 22, 2023, 1:19 PM IST

ବାମରା ଷ୍ଟେସନରେ ରେଳ ରହଣି ଦାବିରେ ଆନ୍ଦୋଳନ

ସମ୍ବଲପୁର:ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ରେଳ ଷ୍ଟେସନଠାରେ ରେଳ ରୋକ ଦାବି କରି ଶତାଧିକ ଲୋକ ଆନ୍ଦୋଳନ କରିଛନ୍ତି । ଆଜି ସକାଳ 6 ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ପୂର୍ବରୁ ମଧ୍ୟ ଅନେକ ଥର କେତେକ ରେଳ ରହଣି ଦାବି ନେଇ ଆନ୍ଦୋଳନ ହୋଇଛି । ଦାବି ପୂରଣ ନହେବା ପରେ ପୁଣି ଆନ୍ଦୋଳନ କରିଛନ୍ତି ଶତାଧିକ ଲୋକେ ।

ସମ୍ବଲପୁର ଜିଲ୍ଲା ବାମରା ରେଳଷ୍ଟେସନ ରାଜ୍ୟର ଏକ ସର୍ଵ ପୁରାତନ ରେଳ ଷ୍ଟେସନ । 1891 ମସିହା ପୂର୍ବରୁ ଏହି ରେଳପଥ ମୁମ୍ବାଇ ନାଗପୁର ନାମରେ ନାମିତ ହୋଇ ବାମରା ଷ୍ଟେସନ ଦେଇ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା । ଯାହାକି ବର୍ତ୍ତମାନ ହାୱାଡା ମୁମ୍ବାଇ ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଅଛି । ଏହାର ଡିଭିଜନ ଅଫିସ ଚକ୍ରଧରପୁର ଏବଂ ମୁଖ୍ୟ କାର୍ଯ୍ୟାଳୟ କଲିକତା ଅଟେ ।

ସମ୍ବଲପୁର ଜିଲ୍ଲା ବାମରା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ବାମରା ରେଳ ଷ୍ଟେସନ ଉପରେ ବାମରା ବ୍ଲକ ଅଞ୍ଚଳର ସମସ୍ତ ଜନ ସାଧାରଣ ସମେତ ସୀମାବର୍ତ୍ତୀ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ଼ ଜିଲ୍ଲା ଏବଂ କୁଚିଣ୍ଡା ଅଞ୍ଚଳର ବହୁତ ଜନସାଧାରଣ ନିର୍ଭର କରି ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରି ଥାଆନ୍ତି । ଯିବା ଆସିବା କରିବା, ରୋଗୀଙ୍କ ଜରୁରୀ କାଳୀନ ସମୟରେ ଦୂର ସ୍ଥାନକୁ ନେଇ ଚିକିତ୍ସା କରିବା, ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାମରା ରେଳ ଷ୍ଟେସନ ହିଁ ଏକମାତ୍ର ମୁଖ୍ୟ ଆଧାର ଅଟେ । ଏହା ବାମରା ଅଞ୍ଚଳର ଜୀବନ ରେଖା ବୋଲି କୁହାଯାଏ ।

2019 ମସିହା ପୂର୍ବରୁ ବାମରା ରେଳ ଷ୍ଟେସନରେ 11 ଯୋଡ଼ି ଏକ୍ସପ୍ରେସ ଟ୍ରେନ ଏବଂ ସମସ୍ତ ପାସେଞ୍ଜର ଟ୍ରେନ ଗୁଡିକର ରହଣି ଥିଲା । ବାମରା ଷ୍ଟେସନରେ ପାସେଞ୍ଜର ଟ୍ରେନ ଗୁଡିକରେ ପାର୍ଶଲ ବ୍ୟବସ୍ଥା ମଧ୍ୟ ଥିଲା । ତେବେ କୋରୋନା ପରେ ବାମରା ଷ୍ଟେସନରେ ପୂର୍ବରୁ ରହଣି ଥିବା ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ମଧ୍ୟରୁ ସମଲେଶ୍ବରୀ, ତପସ୍ବନୀ ଏବଂ ରାଜ୍ୟରାଣୀ ଟ୍ରେନକୁ ଛାଡି , ବାକି ସମସ୍ତ ଏକ୍ସପ୍ରେସ ଟ୍ରେନ ଗୁଡ଼ିକର ରହଣି ରେଳବାଇ ପକ୍ଷରୁ ହଟାଇ ଦିଆଯାଇଛି । ପୂର୍ବରୁ ଚାଲୁଥିବା ପାସେଞ୍ଜର ଟ୍ରେନ ଗୁଡିକ ମଧ୍ୟରେ ଝାରସୁଗୁଡା ରାଉରକେଲା ମେମୁ (08167/08168) ଟ୍ରେନକୁ ଛାଡିଦେଲେ ବାକି ସମସ୍ତ ପାସେଞ୍ଜର ଟ୍ରେନ ଗୁଡିକୁ ଏକ୍ସପ୍ରେସ ଟ୍ରେନର ମାନ୍ୟତା ଦେଇ ଯାତ୍ରୀଙ୍କ ପାଖରୁ ଅଧିକ ଭଡ଼ା ନିଆଯାଉଛି ବୋଲି ଅଭିଯୋଗ ହୋଇଛି ।

ଏମିତିକି ରାତିରେ ଚାଲୁଥିବା ଟାଟା-ବିଲାସପୁର ଏକ୍ସପ୍ରେସ ଟ୍ରେନ ନମ୍ବର 18109/18110ର ରହଣି ମଧ୍ୟ ବାମରା ଷ୍ଟେସନରୁ ଉଠାଇ ଦିଆଯାଇଛି । ଆଗରୁ ଏହି ଟ୍ରେନରେ ପାର୍ଶଲ ବ୍ୟବସ୍ଥା ଥାଇ ବାମରାରୁ ବିଭିନ୍ନ ସାମଗ୍ରୀ ପଠାଯାଉଥିଲା । ରେଳବାଇ ସେ ସବୁ ବ୍ୟବସ୍ଥାକୁ ହଟାଇ ଟ୍ରେନ ରହଣି ମଧ୍ୟ ହଟାଇ ଦେଇଥିବା ଅଭିଯୋଗ ହୋଇଛି ।

ଟ୍ରେନ ରହଣି ଦାବି ନେଇ ରେଳବିଭାଗକୁ ଦାଵିପତ୍ର ପ୍ରଦାନ କରାଯାଇଛି । ମାତ୍ର ରେଳବାଇ ଏହି ଦାବି ଗୁଡିକ ବାରମ୍ବାର ଅଣଦେଖା କରିବାରୁ ପୂର୍ବରୁ ବାମରା ରେଳଷ୍ଟେସନ ଠାରେ ଏକ ରେଳରୋକ ଆନ୍ଦୋଳନ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟାର ରେଳରୋକୋ ପରେ ତିନୋଟି ଏକ୍ସପ୍ରେସ ଟ୍ରେନର ରହଣି ଏକ ମାସ ପାଇଁ ଆଦେଶ ଦେଇଥିଲେ ରେଳବାଇ କର୍ତ୍ତୃପକ୍ଷ । ପରେ ଏହି ଟ୍ରେନ ଗୁଡିକ ପରୀକ୍ଷା ମୂଳକ ଭାବରେ ୩ ମାସ ପାଇଁ ରେଳବାଇ ବୋର୍ଡ଼ ଆଦେଶ ଦେଇଥିଲେ, କିନ୍ତୁ ବାମରା ଷ୍ଟେସନରୁ ଏହି ଟ୍ରେନ ଗୁଡିକରେ ଯାତ୍ରା କରିବା ପାଇଁ ଟିକେଟ ବବସ୍ଥା ନ ଥିଲା ।

୩ ମାସ ପରେ ପୁଣି ଏହି ଟ୍ରେନ ଗୁଡିକର ରହଣି ଉଚ୍ଛେଦ କରି ଦେଲେ ରେଳବାଇ କର୍ତ୍ତୃପକ୍ଷ । ଟ୍ରେନ ରହଣି ପାଇଁ ପୁଣି ଲିଖିତ ଭାବରେ ଦାଵିପତ୍ର ପ୍ରଦାନ କରାଯାଇଥିଲା ,କିନ୍ତୁ ରେଳବାଇ ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବାରୁ ଗତ ବର୍ଷ ମହା ରେଳରୋକୋ ଆନ୍ଦୋଳନ ସମେତ ସମ୍ପୂର୍ଣ୍ଣ ବାମରା ବନ୍ଦ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏଥିରେ ଯୋଗଦାନ ଦେଇଥିଲେ । ଏହା ପରେ ପୁଣି ଆଜି ରୋଳ ରୋକ ନେଇ ଆନ୍ଦୋଳନ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details