ଓଡିଶା

odisha

ETV Bharat / state

କଲେଜ କ୍ୟାମ୍ପସକୁ ପୁଣି ଫେରିଲା ରାଗିଂ; ଥାନାରେ ଏତଲା ଦେଲେ ପୀଡିତ ପରିବାର - ଶାସନ ସ୍ଥିତ କଲେଜ

ସମ୍ବଲପୁରର ଶାସନ ସ୍ଥିତ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ସହ ମାଡ଼ ମରାଯିବା ନେଇ ଶାସନ ଥାନାରେ ଅଭିଯୋଗ ହୋଇଛି । ତେବେ ଏନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 17, 2019, 5:31 PM IST

ସମ୍ବଲପୁର: ଜିଲ୍ଲାର ଶାସନ ସ୍ଥିତ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ଦ୍ଵାରା ମାଡ଼ ମରାଯିବା ସହ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶାସନ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁସାରେ ଶାସନ ସ୍ଥିତ ଏକ ଘରୋଇ କଲେଜରେ ଜଣେ ଯୁକ୍ତ 2 କଳା ପ୍ରଥମ ବର୍ଷର ଛାତ୍ରଙ୍କୁ ତାଙ୍କର 4 ଜଣ ସହପାଠୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗତ ଶନିବାର ଘଟିଥିଲେ ମଧ୍ୟ ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜାଣିବା ପରେ ପରିବାର ଲୋକେ କଲେଜ ପ୍ରିନ୍ସପାଲଙ୍କୁ ପଚାରିବାରୁ ଏନେଇ କୌଣସି ଖବର ନଥିବା ପ୍ରିନ୍ସପାଲ କହିଛନ୍ତି।

ଘଟଣା ବିଷୟରେ ଅବଗତ ହେବା ପରେ ପରିବାର ଲୋକେ ଶାସନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ରଙ୍କୁ ହାତ ଗୋଡ଼ ବାନ୍ଧି ମୁହଁରେ ପଟି ଦେଇ ମାଡ଼ ମାରିବା ସହ ବାହାରେ ଏ ବିଷୟରେ କହିଲେ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି। ତେବେ ଏନେଇ କଲେଜ ପ୍ରିନ୍ସପାଲଙ୍କୁ ପ୍ରତିକ୍ରିୟା ମଗାଯିବାରୁ ସେ କଲେଜ ବାହାରକୁ ବାହାରି ନଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details