ସମ୍ବଲପୁର:ସମ୍ବଲପୁରର ଶିକ୍ଷା ନଗରୀ ବୁର୍ଲାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ରାଗିଂ ଘଟଣା ପ୍ରାୟତଃ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । କିଛି ଦିନ ପୂର୍ବରୁ ଭିମସାରରେ ମେଡିକାଲ ଛାତ୍ରଙ୍କୁ ରାଗିଂ ଘଟଣା ମନରୁ ଲିଭି ନଥିବାବେଳେ ଭିସୁଟରୁ ପୁଣି ରାଗିଂ ଅଭିଯୋଗ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ସୂଚନାଯୋଗ୍ୟ, ଭିସୁଟର ବିଟେକ ଚତୁର୍ଥ ବର୍ଷର କିଛି ଛାତ୍ର ବିଟେକ ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରଙ୍କୁ ରାଗିଂ କରିଥିବା ଲିଖିତ ଅଭିଯୋଗ ହୋଇଛି । ରାଗିଂର ଶିକାର ଛାତ୍ରମାନେ ଭିସୁଟ କର୍ତ୍ତୃପକ୍ଷ ଏବଂ ଆଣ୍ଟି ରାଗିଂ ସେଲକୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଭିସୁଟ କୁଳପତି ଏକ ଡିସିପିଲିନାରୀ କମିଟି ଗଠନ କରି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।