ଓଡିଶା

odisha

ETV Bharat / state

ଗୋଟିଏ ମାସରେ ସମ୍ବଲପୁର ରେଢାଖୋଲ ରାଜରାସ୍ତା ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନ - ପ୍ରଶସ୍ତିକରଣ କାର୍ଯ୍ୟ 3 ବର୍ଷରୁ ଅଧିକ ଦିନ ହେଲା ଚାଲିଛି

ସମ୍ବଲପୁର ଅନୁଗୁଳ ଜାତୀୟ ରାଜପଥ 55 ର ପ୍ରଶସ୍ତିକରଣ କାର୍ଯ୍ୟ 3 ବର୍ଷରୁ ଅଧିକ ଦିନ ହେଲା ଚାଲିଛି । ତେବେ ଠିକା ସଂସ୍ଥା ବଦଳି ଆଉ ଗୋଟିଏ ଠିକା ସଂସ୍ଥା ନିୟୋଜିତ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନି । ଏହା ଫଳରେ ଏହି ରାସ୍ତାରେ କଟକ, ଭୁବନେଶ୍ୱର ଯାତାୟତ କରୁଥିବା ଗାଡି ମୋଟର ଗୁଡିକ ଅସୁବିଧା ଭୋଗିବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି। ଅଧିକ ପଢନ୍ତୁ

ଗୋଟିଏ ମାସରେ ସମ୍ବଲପୁର ରେଢାଖୋଲ ରାଜରାସ୍ତା ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନ
ଗୋଟିଏ ମାସରେ ସମ୍ବଲପୁର ରେଢାଖୋଲ ରାଜରାସ୍ତା ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନ

By

Published : Oct 10, 2022, 10:32 PM IST

ସମ୍ବଲପୁର: ସମ୍ବଲପୁର ଅନୁଗୁଳ ଜାତୀୟ ରାଜପଥ 55 ର ପ୍ରଶସ୍ତିକରଣ କାର୍ଯ୍ୟ ବିଳମ୍ବ ହେବାରୁ ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ସମ୍ବଲପୁର ରେଢାଖୋଲ ରାସ୍ତାର ଦୂରାବସ୍ଥା ଯୋଗୁଁ ଗାଡି ମୋଟର ଯିବା ଆସିବାରେ ବହୁତ ସମସ୍ୟା ଦେଖା ଯାଉଛି। ରାସ୍ତା କାମ କରୁଥିବା ଠିକା ସଂସ୍ଥାର ଖାମଖିଆଳି ନୀତି ଯୋଗୁଁ ଏହି ସମସ୍ୟା ଉପୁଜିଥିବା ଅଭିଯୋଗ କରି ଆଜି ସମ୍ବଲପୁରର ଅନ୍ୟତମ ପ୍ରମୁଖ ସ୍ବେଚ୍ଛାସେବୀ ସଙ୍ଗଠନ ହୀରାଖଣ୍ଡ ସମ୍ମୁଖ୍ୟ ପକ୍ଷରୁ NHAI ର ପ୍ରକଳ୍ପ ନିର୍ଦେଶକ ଙ୍କୁ ଘେରାଉ କରାଯାଇ ସମ୍ବଲପୁର ରେଢାଖୋଲ ରାଜରାସ୍ତା ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି।

ଗୋଟିଏ ମାସରେ ସମ୍ବଲପୁର ରେଢାଖୋଲ ରାଜରାସ୍ତା ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନ

ସମ୍ବଲପୁର ଅନୁଗୁଳ ଜାତୀୟ ରାଜପଥ 55 ର ପ୍ରଶସ୍ତିକରଣ କାର୍ଯ୍ୟ 3 ବର୍ଷରୁ ଅଧିକ ହେଲା ଆରମ୍ଭ ହୋଇଛି । ତେବେ ଗୋଟିଏ ଠିକା ସଂସ୍ଥା ବଦଳି ଆଉ ଗୋଟିଏ ଠିକା ସଂସ୍ଥା ନିୟୋଜିତ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନି । ଏହା ଫଳରେ ଏହି ରାସ୍ତାରେ କଟକ, ଭୁବନେଶ୍ୱର ଯାତାୟତ କରୁଥିବା ଗାଡି ମୋଟର ଗୁଡିକ ଅସୁବିଧା ଭୋଗିବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି । ଏଥିପାଇଁ ଆଜି ସମ୍ବଲପୁର ହୀରାଖଣ୍ଡ ସମ୍ମୁଖ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ଆଜି ସରଳାକାନି ସ୍ଥିତ NHAI ର କାର୍ଯ୍ୟାଳୟକୁ ଯାଇ ପ୍ରକଳ୍ପ ନିର୍ଦେଶକଙ୍କୁ ଘେରିଛି । ଏହି ରାସ୍ତାର ଦୀର୍ଘତା 151 କିମି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 102 କିମି ରାସ୍ତା ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି ।

ପୂର୍ବରୁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଆର୍ଥିକ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ଛାଡି ଦେଇଥିବା ବେଳେ ବର୍ତ୍ତମାନ ଏକ ନୂଆଁ ସଂସ୍ଥା କୁ ଦାୟିତ୍ୱ ଦିଆଯାଇଛି । ତେବେ ବର୍ତ୍ତମାନ ମଧ୍ୟ ଆହୁରି 45 କିମିର ରାସ୍ତା ନିର୍ମାଣ କାର୍ଯ୍ୟ ବାକି ଥିବାର ସୂଚନା ମିଳିଛି । ତେବେ NHAI ର ପ୍ରକଳ୍ପ ନିର୍ଦେଶକ କେ ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି ବର୍ଷା ଯୋଗୁଁ କାର୍ଯ୍ୟ ବିଳମ୍ବିତ ହୋଇଛି । ଏବେ ନୂତନ ଠିକା ସଂସ୍ଥା 7 କିମି କାର୍ଯ୍ୟ ସମ୍ପୂର୍ଣ୍ଣ କରି ସାରିଛି । ଆସନ୍ତା 2023 ଡିସେମ୍ବର ଭିତରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି । ଏହା ସହ ରେଢାଖୋଲ ଅଞ୍ଚଳରେ ଏକ ହାତୀ କରିଡର ଯୋଗୁଁ ମଧ୍ୟ କାର୍ଯ୍ୟରେ ବିଳମ୍ବ ହେଉଥିବା କର୍ତ୍ତୃପକ୍ଷ କହିଛନ୍ତି ।

ଅନ୍ୟପଟେ ହୀରାଖଣ୍ଡ ସମ୍ମୁଖ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା 1 ମାସ ମଧ୍ୟରେ ରେଢାଖୋଲ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ସଙ୍ଗଠନ ପକ୍ଷରୁ NHAI ଅଫିସ ଘେରାଉ କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details