ଓଡିଶା

odisha

ETV Bharat / state

ମାଧ୍ୟମିକ ଶିକ୍ଷା ପରିଷଦର ମାନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଧାରଣା

ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ମାନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଛାତ୍ର, ଶିକ୍ଷକ, ଅବିଭାବକ, ବୁଦ୍ଧିଜୀବୀ ମିଳିତ ମଞ୍ଚ ପକ୍ଷରୁ ସମ୍ବଲପୁର ଜେଲ ଛକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ

By

Published : Dec 8, 2021, 10:53 PM IST

ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ମାନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଧାରଣା
ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ମାନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଧାରଣା

ସମ୍ବଲପୁର: ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର, ଶିକ୍ଷକ, ଅବିଭାବକ, ବୁଦ୍ଧିଜୀବୀ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ପ୍ରଦର୍ଶନ କରାଯାଇଛି।

ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ମାନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଧାରଣା

ସମ୍ବଲପୁରରେ ମାଧ୍ୟମିକ ଶିକ୍ଷା ପରିଷଦର ଏକ ଜୋନାଲ କାର୍ଯ୍ୟାଳୟ ଥିଲେ ମଧ୍ୟ ଏହାର କୌଣସି ନିଷ୍ପତ୍ତି ନେବାର କ୍ଷମତା ନାହିଁ । ଫଳରେ ଏହା ଅଧିନରେ ଥିବା ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ ଅଥବା ଅବିଭାବକ ମାନଙ୍କ କୌଣସି ସମସ୍ୟା ହେଲେ ଏହାର ସମାଧାନ ସ୍ଥାନୀୟ ଜୋନାଲ ଅଫିସରେ ଏହାର ସମାଧାନ ହୋଇପାରୁନି। ଫଳରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅବିଭାବକ ମାନଙ୍କୁ ଛୋଟିଆ କାର୍ଯ୍ୟ ପାଇଁ କଟକ ମୁଖ୍ୟାଳୟ ଦୌଡି ବାକୁ ପଡୁଛି।

ତେଣୁ, ସମ୍ବଲପୁର ଜୋନାଲ ଅଫିସକୁ କ୍ଷମତା ପ୍ରଦାନ କରାଯାଉ ବୋଲି ମିଳିତ ମଞ୍ଚ ମୁଖ୍ୟ ଭାବେ ଦାବି କରିଛି। ଏହାସହ ବିଭିନ୍ନ ସମୟରେ ଛୁଟି ଦିନ ଗୁଡିକରେ ପରୀକ୍ଷା କରାଯାଇଛି। ଏହିଭଳି ନିଷ୍ପତ୍ତିରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କ୍ଷାନ୍ତ ରହୁ ବୋଲି ଦାବି କରିଛି ମିଳିତ ମାଞ୍ଚ।

ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ମିଳିତ ମାଞ୍ଚ। ଆଜିର ଏହି ଆନ୍ଦୋଳନରେ 10ଟି ଜିଲ୍ଲାର ଶିଷକ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details