ଓଡିଶା

odisha

ETV Bharat / state

ସମ୍ବଲପୁରରେ ପ୍ରସ୍ତାବିତ କୋଭିଡ ହସ୍ପିଟାଲକୁ ବିରୋଧ, ସଂକ୍ରମଣ ଭୟରେ ଅନ୍ୟତ୍ର କରିବାକୁ ଦାବି - ସମ୍ବଲପୁର ଜିଲ୍ଲା ପ୍ରଶାସନ

ସମ୍ବଲପୁର ସହରରେ ହେବାକୁ ଥିବା ଆଉ ଏକ ନୂଆ କୋଭିଡ ହସ୍ପିଟାଲକୁ ନେଇ ସୃଷ୍ଟି ହୋଇଛି ବିବାଦ । ସଂକ୍ରମଣ ଭୟରେ ବିରୋଧ କରିବା ସହ ଅନ୍ୟତ୍ର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ସମ୍ବଲପୁରରେ ହେବାକୁ ଥିବା କୋଭିଡ ହସ୍ପିଟାଲକୁ ବିରୋଧ, ସଂକ୍ରମଣ ଭୟରେ ଅନ୍ୟତ୍ର କରିବାକୁ ଦାବି
ସମ୍ବଲପୁରରେ ହେବାକୁ ଥିବା କୋଭିଡ ହସ୍ପିଟାଲକୁ ବିରୋଧ, ସଂକ୍ରମଣ ଭୟରେ ଅନ୍ୟତ୍ର କରିବାକୁ ଦାବି

By

Published : Jun 2, 2021, 9:44 PM IST

ସମ୍ବଲପୁର: ସହରରେ ହେବାକୁ ଥିବା ଆଉ ଏକ ନୂଆ କୋଭିଡ ହସ୍ପିଟାଲକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗୋଲବଜାର ଛକରୁ ପୀର ବାବା ଛକ ମଧ୍ୟରେ ମୁଖ୍ୟରାସ୍ତା କଡ଼ରେ ଥିବା ସ୍ପର୍ଶ ସିଟି ହସ୍ପିଟାଲରେ ଏହି କୋଭିଡ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଏହି ହସ୍ପିଟାଲକୁ ଅନ୍ୟ କୌଣସି ସ୍ଥାନରେ କରାଯାଉ ବୋଲି ସମ୍ବଲପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବି ଜଣେଇଛନ୍ତି ସ୍ଥାନୀୟ ଲୋକେ ।

ସମ୍ବଲପୁରରେ ହେବାକୁ ଥିବା କୋଭିଡ ହସ୍ପିଟାଲକୁ ବିରୋଧ, ସଂକ୍ରମଣ ଭୟରେ ଅନ୍ୟତ୍ର କରିବାକୁ ଦାବି

ସେମାନଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳଟି ଜନଗହଳିପୂର୍ଣ୍ଣ ହୋଇଥିବାବେଳେ ଏହି ଅଞ୍ଚଳରେ 2ଟି ବ୍ୟାଙ୍କ ଓ ସପିଙ୍ଗମଲ ରହିଛି । ଏହାସହ ଏହି ଘରୋଇ ହସ୍ପିଟାଲର ସମ୍ମୁଖ ରାସ୍ତା ଅତି ସଂକୀର୍ଣ୍ଣ ଓ ଏହାର ସମ୍ମୁଖରେ ପାର୍କିଂ ସୁବିଧା ନଥିବାରୁ ଏହି ହସ୍ପିଟାଲରେ ନୂଆ କୋଭିଡ ହସ୍ପିଟାଲ ହେଲେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ଭୟ ଯଥେଷ୍ଟ ରହିବ ।

ଏହା ସହ ଏହି ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ । ତେଣୁ ସହରର ଏହି ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ସ୍ପର୍ଶ ସିଟି ହସ୍ପିଟାଲରେ ଏହି କୋଭିଡ ହସ୍ପିଟାଲ ନକରାଯାଇ ଅନ୍ୟ କୌଣସି ସ୍ଥାନରେ କରାଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମ୍ବଲପୁର ଗସ୍ତରେ ଆସିଥିବା ସମୟରେ ଏହି ନୂଆ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ନେଇ ସୂଚନା ଦେଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details