ଓଡିଶା

odisha

ETV Bharat / state

କୃଷି ନୀତିକୁ ବିରୋଧ, ସମ୍ବଲପୁରରୁ-ରାଜଧାନୀକୁ ବାହାରିଲା ଚାଷୀଙ୍କ ବାଇକ ରାଲି - protest in berhempur

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ବିରୋଧ କରି ଏହି ମୋଟର ସାଇକେଲ ରାଲି ବାହାର କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

vକେନ୍ଦ୍ର ଓ ରାଜ୍ୟର କୃଷି ନୀତିକୁ  ବିରୋଧ, ସମ୍ବଲପୁରରୁ ରାଜଧାନୀ ବାହାରିଲା ଚାଷୀଙ୍କ ବାଇକ ରାଲି
କେନ୍ଦ୍ର ଓ ରାଜ୍ୟର କୃଷି ନୀତିକୁ ବିରୋଧ, ସମ୍ବଲପୁରରୁ ରାଜଧାନୀ ବାହାରିଲା ଚାଷୀଙ୍କ ବାଇକ ରାଲି

By

Published : Feb 28, 2021, 7:36 PM IST

ସମ୍ବଲପୁର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ବିରୋଧ କରି ମୋଟର ସାଇକେଲ ରାଲି ବାହାର କରିଛନ୍ତି ଚାଷୀ । ଏପରି କିଛି ଦେଖିବାକୁ ମିଳିଛି ସମ୍ବଲପୁର ସହରରେ । ସହରର ଜେଲ ଛକ ଠାରୁ ବାଇକ ଯୋଗେ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଶହ ଶହ ଚାଷୀ । ଆଜି ସମ୍ବଲପୁର ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଚାଷୀମାନେ ରାଜଧାନୀ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି।

କୃଷି ନୀତିକୁ ବିରୋଧ, ସମ୍ବଲପୁରରୁ-ରାଜଧାନୀକୁ ବାହାରିଲା ଚାଷୀଙ୍କ ବାଇକ ରାଲି

ଏହି ବାଇକ ରାଲି ଆଜି ସନ୍ଧ୍ୟାରେ ଅନୁଗୋଳର ବାମୁର ଠାରେ ରାତ୍ରୀଯାପନ କରି ଆସନ୍ତା କାଲି କଟକରେ ରାତ୍ରୀ ଯାପନ କରିବ।ଏହା ପରେ ଆସନ୍ତା ମାର୍ଚ୍ଚ 2 ତାରିଖରେ ଭୁବନେଶ୍ବରରେ ଚାଷୀ ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବାଇକ ରାଲି କରିବା ପରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏହି ବାଇକ ରାଲିରେ ବିଭିନ୍ନ ଜିଲ୍ଲା ଅତିକ୍ରମ କରିବାବେଳେ ବିଭିନ୍ନ ଜିଲ୍ଲାର କୃଷକ ସଙ୍ଗଠନ ସାମିଲ ହେବେ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details