ସମ୍ବଲପୁର: ଫେରାର ଗ୍ୟାଙ୍ଗଷ୍ଟର ହାଇଦର ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ମୋଡ଼। ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି। ହାଇଦର ଫେରାର ହେବା ପୂର୍ବରୁ 2 ଥର କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲା।
ଏହାସହ ସେ କହିଛନ୍ତି ଯେ, ଜେଲ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । କୁଖ୍ୟାତ ଅପରାଧି ହାଇଦର ଫେରାର ହେବା ପୂର୍ବରୁ 2 ଥର କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲା। ୟୁରୋଲୋଜି ସମ୍ବନ୍ଧୀୟ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଯାଇଥିଲା । ମାତ୍ର ତୃତୀୟ ଥର ଚିକିତ୍ସା ପାଇଁ ଯାଇଥିବା ସମୟରେ ହାଇଦର ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରୁ ଚମ୍ପଟ ମାରିଛି ।