ସମ୍ବଲପୁର:ସମ୍ବଲପୁର ସ୍ଥିତ CRPF 12 ବାଟାଲିୟନର କମାଣ୍ଡାଣ୍ଟ ନକ୍ସଲମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରିବାକୁ ଅପିଲ କରିଛନ୍ତି । ଗତକାଲି ସମ୍ବଲପୁରରେ 12 ବାଟାଲିୟନର କର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମାଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ ଏହି ସୂଚନା ଦେଇଛନ୍ତି । ସମ୍ବଲପୁରରେ ଯୋଗଦାନ ପରେ ସେ ଗତକାଲି ପ୍ରଥମ ଥର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅପିଲ କରିଛନ୍ତି ।
ତେବେ ସମ୍ବଲପୁର 12 ବାଟାଲିୟନ CRPF ବର୍ତ୍ତମାନ ରାଜ୍ୟର ନବରଙ୍ଗପୁର ଓ କଳାହାଣ୍ଡିର କାର୍ଯ୍ୟ କରୁଛି । ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ନକ୍ସଲ ଗତିବିଧି ସକ୍ରିୟ ଥିବା ବେଳେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅନୁସାରେ ଏହା କାର୍ଯ୍ୟ କରୁଛି । ରାଜ୍ୟ ପୋଲିସର ପୂର୍ଣ୍ଣ ସହଯୋଗ ରହିଛି ଓ ଏହା ଦ୍ୱାରା CRPF ସଫଳତାର ସହ କାର୍ଯ୍ୟ କରୁଛି । ସରକାରଙ୍କ ନୀତି ଓ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ସମ୍ପାଦନ କରାଯାଉଛି । ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇଥିବା ଲୋକ କିପରି ମୁଖ୍ୟ ଧାରାକୁ ଫେରିବେ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କହିଛନ୍ତି କମାଣ୍ଡୋଣ୍ଟ ।