ସମ୍ବଲପୁର: ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଆସନ୍ତା ୨୧ ଓ ୨୨ ତାରିଖ ଦିନ ସମ୍ବଲପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟପକ ପ୍ରସ୍ତୁତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ନେଇ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ସୂଚନା ଯୋଗ୍ୟ ଆସନ୍ତା ୨୧ ତାରିଖରେ ମହାମହିମ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲା ସ୍ଥିତ ଭିସୁଟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୨୨ ତାରିଖରେ ଶାସନ ପଧାନପାଲି ଠାରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଆଜିର ବୈଠକରେ ଭିସୁଟର କୁଳପତି ବଂଶୀଧର ମାଝୀ ଓ ବ୍ରହ୍ମାକୁମାରୀ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା ହୋଇଛି l ବିଶେଷ କରି ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି l
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ହେଲେ ଜିଲ୍ଲା ପ୍ରଶାସନ ତରଫରୁ ବର୍ତ୍ତମାନ କୌଣସି ସଠିକ ବିସ୍ତୃତ ସୂଚନା ପ୍ରଦାନ କରାଯାଇନାହିଁ । ଏହି ବୈଠକରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ, ମ଼ହାନଗର ନିଗମ କମିଶନର ବେଦଭୁଷନ,ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ପ୍ରଦୀପ କୁମାର ସାହୁ,ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ l