ଓଡିଶା

odisha

ETV Bharat / state

ଶୀତଳଷଷ୍ଠୀ ଯାତ୍ରା: ଜିଲ୍ଲା ପ୍ରଶାସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ - ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସଜବାଜ ଆରମ୍ଭ । ଏଥିପାଇଁ ଆଜି ସମ୍ବଲପୁର DRDA କାର୍ଯ୍ୟାଳୟସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ
ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

By

Published : May 18, 2022, 9:52 PM IST

ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସଜବାଜ ଆରମ୍ଭ । ଏଥିପାଇଁ ଆଜି ସମ୍ବଲପୁର DRDA କାର୍ଯ୍ୟାଳୟସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମ୍ବଲପୁର ଏସପି, ଉପଜିଲ୍ଲାପାଳ, ଏସଏମସି କମିଶନର, ସିଡିଏମଓଙ୍କ ସହ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ଏହି ଅବସରରେ ଶୀତଳଷଷ୍ଠୀ ଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ, ସେନେଇ ଆଲୋଚନା ହେବା ସହ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସରବରାହ, ରାସ୍ତା ଘାଟ, ପରିମଳ, ଟ୍ରାଫିକ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ବିଭାଗର ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା ।

ଏହିସବୁ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ଶୀତଳଷଷ୍ଠୀ ଯାତ୍ରା ସୁପରିଚାଳନା ନେଇ ଯାତ୍ରା କମିଟି ଗୁଡ଼ିକର ପ୍ରସ୍ତାବ ଅନୁସାରେ ପରାମର୍ଶ ଦେଇଥିଲେ । ଅନ୍ୟପଟେ ଶୀତଳଷଷ୍ଠୀ ଯାତ୍ରା ସମୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ କିପରି ନିୟନ୍ତ୍ରଣ କରାଯାଇଥିବା ସେନେଇ ଯାତ୍ରା କମିଟିର ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details