ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ସହରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଯାତ୍ରା କମିଟିକୁ କେବଳ ଏହି ପର୍ବ ନୀତିକାନ୍ତିରେ ସୀମିତ ରଖିବା ପାଇଁ ଅନୁରୋଧ କରାଯାଇଛି । କୋଭିଡ କଟକଣା ଭିତରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
କୋଭିଡ କଟକଣାରେ ହେବ ଶୀତଳଷଷ୍ଠୀ ଯାତ୍ରା - ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଜୋରଦାର
ସୁବର୍ଣ୍ଣପୁର ସହରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
କୋଭିଡ କଟକଣାରେ ହେବ ଶୀତଳଷଷ୍ଠୀ ଯାତ୍ରା
କୋଭିଡ କଟକଣାରେ ହେବ ଶୀତଳଷଷ୍ଠୀ ଯାତ୍ରା
ତେବେ ଏଥର ଏହି ବିବାହ ଉତ୍ସବ ପାଇଁ ବରପିତା ମାତା ଭାବେ ଶାନ୍ତିନଗର ପଡାର ଅର୍ଜୁନ ଓ ଏଲି ରଥଙ୍କୁ ଚୟନ କରାଯାଇଥିବା ବେଳେ କନ୍ୟା ପିତାମାତା ଭାବେ ପି ସୀମାଞ୍ଚଳ ଓ ରାଜେଶ୍ବରୀ ରାଓଙ୍କୁ ଚୟନ କରାଯାଇଛି । ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ବିଜୟ ପ୍ରତିମା ବାବା ଚନ୍ଦ୍ରଶେଖର ମନ୍ଦିରରେ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଲଗ୍ନ ନିର୍ଣ୍ଣୟ ଓ ନିର୍ବନ୍ଧ କାର୍ଯ୍ୟ ସମାପନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ