ଓଡିଶା

odisha

ETV Bharat / state

ଆଗକୁ ଶୀତଳଷଷ୍ଠୀ, ବିବାହ ପାଇଁ କନ୍ୟା ପିତାମାତାଙ୍କ ପ୍ରସ୍ତୁତି ଶେଷ

ଆଗକୁ ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ଏହି ଯାତ୍ରା । ଅଧିକ ପଢନ୍ତୁ...

By

Published : Jun 11, 2021, 9:03 AM IST

ଆଗକୁ ଶୀତଳଷଷ୍ଠୀ, ବିବାହ ପାଇଁ କନ୍ୟା ପିତାମାତାଙ୍କ ପ୍ରସ୍ତୁତି ଶେଷ
ଆଗକୁ ଶୀତଳଷଷ୍ଠୀ, ବିବାହ ପାଇଁ କନ୍ୟା ପିତାମାତାଙ୍କ ପ୍ରସ୍ତୁତି ଶେଷ

ସମ୍ବଲପୁର: ଆଉ କିଛି ଦିନ ପରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ତେବେ ଏଥର ମଧ୍ୟ କେବଳ ବିଧି ରକ୍ଷା ପାଇଁ ଯାତ୍ରା ଅନୁଷ୍ଠିତ ହେବ । ବିଗତ ବର୍ଷଗୁଡିକରେ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଏଥର କିନ୍ତୁ ଅତି ନିରାଡ଼ମ୍ବର ଭାବେ କୋଭିଡ କଟକଣା ମଧ୍ୟରେ ଆୟୋଜିତ ହେବ ଶୀତଳଷଷ୍ଠୀ ।

ଆଗକୁ ଶୀତଳଷଷ୍ଠୀ, ବିବାହ ପାଇଁ କନ୍ୟା ପିତାମାତାଙ୍କ ପ୍ରସ୍ତୁତି ଶେଷ

ଆସନ୍ତା ଜୁନ 11 ତାରିଖରେ ନନ୍ଦପଡା ଯାତ୍ରା କମିଟିର ପତରପେଣ୍ଡି ଓ 12ରେ ନରସିଂହ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହେବ । ସେପଟେ 13 ତାରିଖରେ ଅନ୍ୟ ସବୁ ଯାତ୍ରା କାମିଟିର ପତର ପେଣ୍ଡି ଓ 14 ତାରିଖରେ ହନୁମାନ ନିଉତା ପରମ୍ପରା କରାଯିବ । 15 ତାରିଖ ରାତ୍ରିରେ ସମସ୍ତ ଯାତ୍ରା କମିଟିର ବରଯାତ୍ରୀ ଗମନ ସହ 15 ତାରିଖ ରାତ୍ରି ଓ 16 ସକାଳ ମଧ୍ୟରେ ଦେବ ବିବାହ ହେବ । 16 ତାରିଖ ରାତ୍ରିରେ ଯୁଗଳ ଦର୍ଶନ ଓ 17 ତାରିଖରେ ମନ୍ଦିର ପ୍ରବେଶର କାର୍ଯ୍ୟକ୍ରମ ରହିଛି । ସେପଟେ କନ୍ୟା ପିତାମାତା ହୋଇଥିବା ଦମ୍ପତି ନିଜର ଝିଅ ମାତା ପାର୍ବତୀଙ୍କ ବିବାହ ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ଶୀତଳ ଷଷ୍ଠୀ ଯାତ୍ରା । ସେପଟେ ମାତା ପାର୍ବତୀକୁ ଝିଅ ରୂପରେ ପାଇଥିବା ଦମ୍ପତିଙ୍କ ଘରେ ବାହାଘର ପାଇଁ ପ୍ରସ୍ତୁତି ଶେଷ ହୋଇଛି ।
ଲୁଗାପଟା, ଶାଢ଼ୀ, ଧୋତି ,ଗାମୁଛା ସବୁ କିଣା ସାରିଥିବା ବେଳେ ଝିଅ ପାଇଁ ଅଳଙ୍କାର ଯେମିତିକି ମୁଦି,ପାଉଜି ସହ ପିତଳ ତମ୍ବାର ବାସନକୁସନ ଆଦି କିଣା ସରିଯାଇଛି l ନିଜର ଭାବି ଜ୍ୱାଇଁ ଭଗବାନ ଶିବଙ୍କ ପାଇଁ ରୂପାର ତ୍ରିଶୂଳ, କଠଉ, ରୁଦ୍ରାକ୍ଷ ମାଲ ମଧ୍ୟ କିଣା କିଣାଯାଇଥିବାବେଳେ ଲକଡାଉନ ସଟଡାଉନ ପାଇଁ ଅନେକ ସାମଗ୍ରୀ କିଣିବା ବାକି ରହିଯାଇଥିବା କହିଛନ୍ତି କନ୍ୟା ପିତାମାତା ।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details