ସମ୍ବଲପୁର:ଆସନ୍ତା ୨୧ ଓ ୨୨ରେ ୨ ଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୧ରେ ବୁର୍ଲା ଭିସୁଟରେ ଯୋଗଦାନ କାର୍ଯ୍ୟକ୍ରମ ପରେ ସେ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିବେ । ଏହାପରେ ପରବର୍ତ୍ତୀ ଦିନ ସେ ଶାସନ ସ୍ଥିତ ପାବନ ସରୋବରରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟର "ନୂତନ ଭାରତର ନୂତନ ଶିକ୍ଷା ନୀତି " କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଭିସୁଟ ପକ୍ଷରୁ ଏହାର ପ୍ରସ୍ତୁତି ନେଇ କୂଳପତି ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ଆଜି (ସୋମବାର) ଓଡ଼ିଶାରେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ଜିଲ୍ଲା ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତଙ୍କୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଜଣେ ଆଇଜି, ସମ୍ବଲପୁର ଏସପିଙ୍କ ସମେତ ଜଣେ କମାଣ୍ଡେଣ୍ଟ, ୫ ଜଣ ଅତିରିକ୍ତ ଏସପି, ୨୩ ଜଣ ଡିଏସପି, ୪୬ ଜଣ ଇନ୍ସପେକ୍ଟର, ୧୪୪ ଜଣ ଏସଆଇ ଓ ଏଏସଆଇ,୧୩୧ ଜଣ କନଷ୍ଟେବଳ, ୧୧୦ ଜଣ ଗୃହରକ୍ଷୀ, ୨୭ ଜଣ ଟ୍ରାଫିକ କନେଷ୍ଟବଳ ଓ ୩୪ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ନେଇ ସମଲେଶ୍ବରୀ ମନ୍ଦିର ଓ ଭିସୁଟରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ପହଞ୍ଚି ଯାଞ୍ଚ କରିଛି ।
ଏହା ବି ପଢନ୍ତୁ- ଯେତେ ଭାଷା ଶିଖୁଛ ଶିଖ ମାତୃଭାଷାର ମହତ ରଖ:ରାଷ୍ଟ୍ରପତି