ଓଡିଶା

odisha

ETV Bharat / state

ରାସ୍ତା କଡ଼ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ - ରାସ୍ତାରେ କଡ଼ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ

ରାସ୍ତାରେ ପ୍ରସବ । ଅବବ୍ୟସ୍ଥା ପାଇଁ ସମ୍ବଲପୁର ଅଇଁଠାପାଲି ଛକଠାରେ ଜଣେ ଗର୍ଭବତୀ ମହିଳା ରାସ୍ତା କଡରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ବିଫଳ ବ୍ୟବସ୍ଥା, ରାସ୍ତାରେ କଡ଼ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ
ରାସ୍ତା କଡରେ ପ୍ରସବିଫଳ ବ୍ୟବସ୍ଥା, ରାସ୍ତାରେ କଡ଼ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀବ

By

Published : Oct 27, 2022, 7:32 PM IST

ସମ୍ବଲପୁର: ଜୀବନ ଓ ଜନ୍ମର ବିକଳ ଚିତ୍ର । ଯେଉଁଠି ସରକାରୀ ଯୋଜନା ପହଞ୍ଚି ପାରେ ନାହିଁ ସେଇଠି ଦେଖିବାକୁ ମିଳେ ରାସ୍ତାକଡରେ ଜର୍ଜରିତ ଜୀବନର ଛବି (Woman gave birth a baby boy on road )। ମାଆ ଓ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା । ହେଲେ ସେ ଯୋଜନା ବିଫଳ ହୋଇଛି । ସମ୍ବଲପୁରରୁ ଆସିଛି କିଛି ଏଭଳି ଚିତ୍ର ଯାହା ଏହାକୁ ପ୍ରମାଣିତ କରିଛି । ଜଣେ ଗର୍ଭବତୀ ରାସ୍ତାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।

ବିଫଳ ବ୍ୟବସ୍ଥା, ରାସ୍ତାରେ କଡ଼ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ

ପରେ ଖୋଲା ଆକାଶ ତଳେ ଦୁନିଆ ଆଲୋକ ଦେଖିଛି ନବଜାତକ । ସମ୍ବଲପୁର ଅଇଁଠାପାଲି ଛକଠାରେ ଜଣେ ଗର୍ଭବତୀ ରାସ୍ତା କଡରେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନସାରେ ରାଉଲକେଲାର ସରସ୍ବତୀ ନାୟକ ନାମକ ଜଣେ ଗରିବ ମହିଳା ତାଙ୍କ ସ୍ୱାମୀ ରବି ନାୟକଙ୍କ ସହ କିଛି ଦିନ ହେବ ସମ୍ବଲପୁର ଆସି ରହୁଥିଲେ । ସେ ମୁଖ୍ୟତଃ ଜରି ବା ପଲିଥିନ ଗୋଟାଇ ଚଳନ୍ତି । ତେବେ ମହିଳା ଜଣକ ଗର୍ଭବତୀ ଥିବାବେଳେ ଗତ ବୁଧବାର ଭୋର ୩ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ କୌଣସି ସମସ୍ୟା ଯୋଗୁଁ ମହିଳା ଜଣକ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇ ପାରିନଥିଲେ । ରାସ୍ତାରେ ହିଁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।

ଏହା ବି ପଢନ୍ତୁ...ସିନ୍ଦୁର ପୋଛି ଦେଲା ରକ୍ତକର୍କଟ, ସ୍ବାମୀର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛି ସ୍ତ୍ରୀ

ଏନେଇ ଜିଲ୍ଲା ପ୍ରଶାସନକୁ ସୂଚନା ଦେବା ପରେ ସିଡିପିଓ ଜୋସ୍ନା ତ୍ରିପାଠୀ ସଖୀ ସେଣ୍ଟର ସହ ଯୋଗଯୋଗ କରିଥିଲେ । ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଜରିଆରେ ସେମାନଙ୍କୁ ହସ୍ପିଟାଲକୁ ନେଇଥିଲେ । ମହିଳା ଓ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି l ପୂର୍ବରୁ ମହିଳାଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମାଆ ଓ ନବଜାତକ ଶିଶୁର ଯତ୍ନ ଓ ସେମାନଙ୍କ ଥଇଥାନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମ୍ବଲପୁରୁ ଆସିଥିବା ଏ ଚିତ୍ର ନୂଆ ଘଟଣା ନୁହେଁ । ରାଜ୍ୟର ଅନେକ ସ୍ଥାନରୁ ଏପରି ଚିତ୍ର ଆସିଛି । ହେଲେ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଯୋଜନା ଅପହଞ୍ଚ ପାଇଁ ଏପରି ଘଟଣା ସାମ୍ନାକୁ ଆସୁଛି ।

ଇଟିିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details