ଓଡିଶା

odisha

ETV Bharat / state

ଖଟିଆରେ ବୁହା ହେଲେ ଗର୍ଭବତୀ, ଚିକିତ୍ସାରେ ବିଳମ୍ବ ହେବାରୁ ଚାଲିଗଲା ଜୀବନ ! - ବିଳମ୍ବରେ ହସ୍ପିଟାଲ ପହଞ୍ଚିବାରୁ ଗର୍ଭବତୀ ମୃତ୍ୟୁ

ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଚିକିତ୍ସାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଖଟିଆରେ ବୁହା ହେଲେ ଗର୍ଭବତୀ, ଚିକିତ୍ସାରେ ବିଳମ୍ବ ହେବାରୁ ଚାଲିଗଲା ଜୀବନ !
ଖଟିଆରେ ବୁହା ହେଲେ ଗର୍ଭବତୀ, ଚିକିତ୍ସାରେ ବିଳମ୍ବ ହେବାରୁ ଚାଲିଗଲା ଜୀବନ !

By

Published : Jul 29, 2022, 8:19 AM IST

ସମ୍ବଲପୁର: ପକ୍କା ରାସ୍ତାଟିଏ ନଥିବାରୁ ଗାଁରେ ପଶିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହୋଇ ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ମହିଳା । ଫଳରେ ଚିକିତ୍ସାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଯୁଝୁମୁରା ବ୍ଲକ କୋଲଗାଁ ମିର୍ଧାପଡାରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଉଛନ୍ତି ଅନିତା ମିର୍ଧା ।

ଖଟିଆରେ ବୁହା ହେଲେ ଗର୍ଭବତୀ, ଚିକିତ୍ସାରେ ବିଳମ୍ବ ହେବାରୁ ଚାଲିଗଲା ଜୀବନ !

ସୂଚନା ଅନୁସାରେ, କୋଲଗାଁ ମିର୍ଧାପଡାର ଅନିତା ମିର୍ଧା ୮ ମାସର ଗର୍ଭବତୀ ଥିଲେ। ଗୁରୁବାର ଦିନ ହଠାତ୍ ତାଙ୍କର ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ମେଡିକାଲ ନେବାକୁ ବାହାରିଥିଲେ । ଏଥିପାଇଁ ସେମାନେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଅନ୍ୟପଟେ ଗାଁକୁ ଯିବାକୁ ଭଲ ରାସ୍ତା ନ ଥିବାରୁ ଦେଢ କିମି ଦୂରରେ ଆମ୍ବୁଲାନ୍ସଟି ରହିଯାଇଥିଲା । ତେଣେ ପରିବାର ଲୋକେ ଅନ୍ୟ ଉପାୟ ନ ପାଇ ଦେଢ କିମି ପର୍ଯ୍ୟନ୍ତ ୮ ମାସର ଗର୍ଭବତୀ ଅନିତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ହେଲେ ମେଡିକାଲ ପହଞ୍ଚାଇବାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କ ମୄତ୍ୟୁ ହୋଇଛି । ଏନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କେସାପାଲି ପଞ୍ଚାୟତର କୋଲଗାଁ ମିର୍ଧାପଡାକୁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରୁନାହିଁ । ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ମୄତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେବା ସହ ମିର୍ଧାପଡା ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details