ETV Bharat Odisha

ଓଡିଶା

odisha

ETV Bharat / state

ତିନିଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର - pramod kumar misha principal secretary of pm

ସମ୍ବଲପୁର ବିଶ୍ଵବିଦ୍ୟାଳୟ 30ତମ ସମାବର୍ତ୍ତନରେ ଯୋଗଦେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ର । ଏଥିଲାଗି ସେ ଗୁରୁବାର ଝାରସୁଗୁଡା ବିମାନ ବନ୍ଦରେ ଆସି ପହଞ୍ଚି ଯାଇଛନ୍ତି । ସେ ତିନିଦିନିଆ ଓଡିଶା ଗସ୍ତାରେ ଅଛନ୍ତି ।

principal secretary of pm
ତିନିଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ର
author img

By

Published : Nov 28, 2019, 8:32 PM IST

ଝାରସୁଗୁଡ଼ା: ତିନିଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ର । ଶୁକ୍ରବାର ସମ୍ବଲପୁର ବିଶ୍ଵବିଦ୍ୟାଳୟ 30ତମ ସମାବର୍ତ୍ତନରେ ଯୋଗଦେବେ ସେ। ଗୁରୁବାର ନୂଆଦିଲ୍ଲୀରୁ ସେ ଝାରସୁଗୁଡା ପହଞ୍ଚିଛନ୍ତି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡା ଜିଲ୍ଳାପାଳ ସରୋଜ କୁମାର ସାମଲ, ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଅଶ୍ବିନୀ କୁମାର ମହାନ୍ତି, ସମ୍ବଲପୁର ବିଶ୍ବବିଦ୍ୟାଳୟ ଭାଇସ ଚାନସେଲର ପ୍ରଫେସର ଦୀପକ ବେହେରା, ଏମସିଏଲ ସିଏମଡି ସହ ଝାରସୁଗୁଡ଼ା ବିଭିନ୍ନ ସଙ୍ଘଠନ ତାଙ୍କୁ ସ୍ବାଗତ କରିଛନ୍ତି ।

ତିନିଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ର

ଆସନ୍ତାକାଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ସମେତ ପ୍ରମୋଦ କୁମାର ମିଶ୍ର ଯୋଗଦେବେ । ଏଥି ସହିତ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଏଆରସି (BARC) ର ନିର୍ଦ୍ଦେଶକ ଅଜିତ ମହାନ୍ତି ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ଅଟଳ ବିହାରୀ ପଣ୍ଡାକୁ ଡିଗ୍ରୀ ପ୍ରଦାନ କରାଯିବ । ଏହାର ସୂଚନା ଦେଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଭାଇସ ଚାନସେଲର ପ୍ରଫେସର ଦୀପକ ବେହେରା ।

ସୂଚନାଯୋଗ୍ୟ ଓଡିଆ ପୁଅ ପ୍ରମୋଦ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟଭାର ଦିଆଯାଇଛି । ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ହେବାପରେ ଦାୟିତ୍ବ ଗ୍ରହଣ କରିଥିଲେ । ପ୍ରମୋଦଙ୍କର ପ୍ରାଥମିକ ଶିକ୍ଷା ସମ୍ବଲପୁର ପଟ୍ଟନାୟକପଡାର ପ୍ରାଥମିକ ବିଦ୍ୟାଳୟରେ ଶେଷ ହେବା ପରେ ଜିଲ୍ଲାର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ହାଇସ୍କୁଲ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଗଙ୍ଗଧର ମେହେର କଲେଜରୁ ସ୍ନାତକ ସାରି ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details