ସମ୍ବଲପୁର:ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତା l ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ କଠୋର ଆଇନ ପ୍ରଣୟନ ପାଇଁ ଦାବି କଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ l ସମ୍ବଲପୁର ମ୍ୟୁନ୍ସିପାଲଟି ଛକ ନିକଟରେ ଥିବା ସାମ୍ବାଦିକ ଭବନ ଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଦାବି କରାଯାଇଛି l ଜନସଂଖ୍ୟା ରୋକିବା ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍ ରହିବାକୁ ଜାରି ହେଲା SOP
ବର୍ତ୍ତମାନ ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି l ଫଳରେ 2040 ସୁଦ୍ଧା ଦେଶର ଜନସଂଖ୍ୟା 240 କୋଟି ପର୍ଯ୍ୟନ୍ତ ପହଞ୍ଚି ଯିବାର ସମ୍ଭାବନା ରହିଛି l ଏହିଭଳି ପରିସ୍ଥିତି ରହିଲେ ଦେଶରେ 2ଟି ବଡ ସମସ୍ୟା ଉପୁଜିବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ଦାସ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ପ୍ରଥମତଃ ଏହା ଦ୍ୱାରା ଦେଶର ଧାର୍ମିକ ସନ୍ତୁଳନ ବିଗିଡ଼ିଯିବ ଏବଂ ଦ୍ୱିତୀୟରେ ଦେଶରେ ଗୃହଯୁଦ୍ଧ ସୃଷ୍ଟି ହୋଇ ଭାରତର ପୁରାତନ ସଭ୍ୟତା, ସଂସ୍କୃତି ଓ ସନାତନ ଧର୍ମ ଶେଷ ହୋଇଯିବ l ଏଥିପାଇଁ ଦେଶରେ ଜନ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କୋଠାର ଆଇନ ବ୍ୟବସ୍ଥା ପ୍ରଣୟନ କରିବାର ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି l