ସମ୍ବଲପୁର: ଆଜି ବିଶ୍ବ ଜନସଂଖ୍ୟା ଦିବସ । ଏହି ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ସର୍ବାଧିକ ଦୁଇଟି ସନ୍ତାନ ବାଧ୍ୟତାମୂଳକ କରିବା ପାଇଁ ଏକ ସ୍ୱତନ୍ତ୍ର ଆଇନ ଦାବି କରିଛି । ଉଭୟ ପାର୍ଲିଆମେଣ୍ଟରେ ଏବଂ ସବୁ ରାଜ୍ୟର ବିଧାନସଭାମାନଙ୍କରେ ପାରିତ କରି ଏକ ଆଇନ ପ୍ରଣୟନ କରିବାକୁ ଦାବି କରିଛି । ଏହି ଦାବିରେ ଜିଲ୍ଲା ମୁଖ୍ୟାଳୟମାନଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ମଧ୍ୟ ଦାବି କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସଭାପତି ସୁଜିତ୍ କୁମାର ମିଶ୍ର ଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଥିଲେ । ଦେଶର ଭୂଖଣ୍ଡ ସହ ପ୍ରତ୍ୟେକ ସଂସାଧନ ସୀମିତ ଥିବା ବେଳେ ବର୍ତ୍ତମାନ ଦେଶରେ କୌଣସି ଆଇନ ନଥିବାରୁ ଜନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଏହାଦ୍ୱାରା ନିଯୁକ୍ତି ସମସ୍ୟା ଉପୁଜୁଥିବା ବେଳେ ଆଗାମୀ ଦିନରେ ଦେଶରେ ବହୁ ଜଟିଳ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି l ତେବେ ଦେଶର ଭବିଷ୍ୟତ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ତଥା ସମାନ ନାଗରିକ ସଂହିତା ର ଆବଶ୍ୟକତା ରହିଛି l ତେଣୁ ଯଥା ଶୀଘ୍ର ଏନେଇ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରାଯାଇଛି l
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ଭାରତୀ ପଣ୍ଡା, ଦାମୋଦର କର, ମାନସ ରଞ୍ଜନ ବକ୍ସି, ପୁଷ୍ପାଞ୍ଜଳି ଜେନା, ଫଣି ଭୂଷଣ ମିଶ୍ର, ଅରବିନ୍ଦ ନାୟକ, ସୌମିକ ବାବୁ, ପ୍ରଦୀପ ସୁପକାର, ଉପେନ୍ଦ୍ର ଝା, ନନ୍ଦ କିଶୋର ମିଶ୍ର, ହରପ୍ରିୟା ନାୟକ, କବିତା ବଢେଇ , ସୁବାଷ ମହାପାତ୍ର, ତୁଷାର ପଣ୍ଡା, କ୍ରିଷ୍ଣା ମେହେର, ଗିରିଶ ଚନ୍ଦ୍ର ପାଢ଼ୀ , ସଂଗ୍ରାମ କେଶରୀ ପଣ୍ଡା, ବିଜୟ ସାହୁ, ମୁକେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।