ଓଡିଶା

odisha

ETV Bharat / state

ମହାନଗର ନିଗମରେ ରହିବି ମହାଦୁଃଖରେ ଦିବ୍ୟାଙ୍ଗ ପରିବାର - ସମ୍ବଲପୁର ମହାନଗର ନିଗମ

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବାସ କରୁଥିବା ଏହି ଗରିବ ପରିବାର ସରକାରୀ ସୁବିଧାରୁ ବହୁ ଦୂରରେ । ଦାରିଦ୍ର୍ୟର ତାଡନାରେ ବଞ୍ଚୁଥିବା ଏହି ପରିବାରର ଦୁଃଖ ଲକଡାଉନ ସମୟରେ ଦ୍ବିଗୁଣିତ ହୋଇଛି। ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ୱାର୍ଡ ନଂ 1 ର ଚାଁଆରପୁର, ଝରାପାଲିର ଡୁଙ୍ଗରିପଡା ଵିଷ୍ଣୁ ମାଝୀଙ୍କ 7 ଜଣର ପରିବାର ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ଯୋଜନା ଅନେକ, ସରକାରୀ ସୁବିଧାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ
ଯୋଜନା ଅନେକ, ସରକାରୀ ସୁବିଧାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

By

Published : Jun 19, 2020, 5:31 PM IST

Updated : Jun 20, 2020, 12:42 PM IST

ସମ୍ବଲପୁର: ଯୋଜନାର ଅଭାବ ନାହିଁ । ହେଲେ ପ୍ରକୃତ ହିତାଧିକାରୀ ସୁଫଳ ପାଇବାରୁ ବଞ୍ଚିତ । ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ 1 ର ଚାଁଆରପୁର, ଝରାପାଲିରେ ରହୁଥିବା ଏହି ଗରିବ ପରିବାରକୁ ଦେଖିଲେ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଏ ହେଉଛନ୍ତି ଦିବ୍ୟାଙ୍ଗ ବିଷ୍ଣୁ ମାଝୀ । 10 ବର୍ଷ ତଳେ ଏକ ଦୁର୍ଘଟଣାରେ ଗୋଟିଏ ହାତ ହରାଇ ବସିଛନ୍ତି । ସେବେଠୁ ନିଜ ବୋଝ ଉଠାଇବା ସହ ପରିବାରର 6 ପ୍ରାଣୀଙ୍କ କଥା ବୁଝିଛନ୍ତି । 4 ଫୁଟ ଉଚ୍ଚତା ବିଶିଷ୍ଟ ଭଙ୍ଗା ଆଜବେଷ୍ଟସ ଘରେ ମୁଣ୍ଡ ଗୁଞ୍ଜିଛନ୍ତି 7ଜଣ । ଜଙ୍ଗଲରୁ କାଠ ଆଣି ତ ପରଘରୁ ମାଗିଯାଚି ଓଳିଏ ଖାଇ ଓଳିଏ ଉପାସ ରହିଥାନ୍ତି ଏହି ପରିବାର । ସେପଟେ ଏହି ଅଞ୍ଚଳ ମହାନଗର ନିଗମ ଅଧୀନରେ ଆସୁଥିଲେ ମଧ୍ୟ ନା ପରିବାରକୁ ମିଳୁଛି କୌଣସି ଭତ୍ତା ନା ସରକାରୀ ଆବାସ । କାରଣ ବିଷ୍ଣୁଙ୍କ ନିଜର କୌଣସି ଜମିପଟ୍ଟା ନଥିବାରୁ ସରକାରୀ ଯୋଜନାରୁ ସେ ବାଦ ପଡିଛନ୍ତି ।

ମହାନଗର ନିଗମରେ ରହିବି ମହାଦୁଃଖରେ ଦିବ୍ୟାଙ୍ଗ ପରିବାର

ଅନ୍ୟପଟେ ଏହି ପରିବାରର ସମସ୍ୟା ନେଇ ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ସହ ଯୋଗାଯୋଗ କରାଯିବା ପରେ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଛନ୍ତି । ଯଦି ପରିବାର ଲୋକ ଅନୁମତି ଦେବେ ତାହେଲେ ପିଲାଙ୍କୁ ସରକାରୀ ସ୍କୁଲ ଆଶ୍ରମରେ ରହିବାର ବ୍ୟବସ୍ଥା କରାଯିବ। ଏହାସହ ସରକାରୀ ଯୋଜନାରେ ଏହି ପରିବାର କିପରି ଅନ୍ତର୍ଭୁକ୍ତ ହୋଇପାରିବ, ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମହାନଗର ନିଗମ କମିଶନର କହିଛନ୍ତି ।

ସମ୍ବଲପୁର ମହାନଗର ନିଗମ ପୁନର୍ଗଠନ ହେବା ପରେ ଏମିତି ଅନେକ ଗ୍ରାମାଞ୍ଚଳ ବ୍ଲକରୁ ଆସି ମହାନଗର ନିଗମରେ ମିଶିଲା ସତ କିନ୍ତୁ ଏହି ଅଞ୍ଚଳର ଏମିତି ଅନେକ ପରିବାର ଏବେ ସହରି ସୁବିଧା ତ ଦୂରରେ ଥାଉ ସର୍ବନିମ୍ନ ସୁବିଧା ମଧ୍ୟ ପାଉ ନାହାଁନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 20, 2020, 12:42 PM IST

ABOUT THE AUTHOR

...view details