ଓଡିଶା

odisha

ETV Bharat / state

ସମ୍ବଲପୁରରୁ 5400 ବୋତଲ କଫ ସିରପ ଜବତ, ୩୨ ବେପାରୀ ଗିରଫ - huge quantity of cough syrup seized

ସମ୍ବଲପୁର ପୋଲିସ ପକ୍ଷରୁ ଚଢାଉ ବେଳେ 5 ହଜାର 400 ବୋତଲ ବେଆଇନ କଫ ସିରପ ଜବତ ହୋଇଛି । ଏହାସହ 32 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

police seized cough syrup
ବିପୁଳ ପରିମାଣର କଫସିରପ ଜବତ

By ETV Bharat Odisha Team

Published : Oct 10, 2023, 6:57 AM IST

ବିପୁଳ ପରିମାଣର କଫସିରପ ଜବତ

ସମ୍ବଲପୁର:ଆକ୍ସନ ମୋଡରେ ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ ବେଳେ 5 ହଜାର 400 ବୋତଲ ବେଆଇନ କଫ ସିରପ ଜବତ ହୋଇଛି । ଏହାସହ 32 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ପାର୍ବଣ ପୂର୍ବରୁ ସମ୍ବଲପୁରକୁ ଆସିଥିଲା ବ୍ୟାପକ ପରିମାଣର ବେଆଇନ କଫ ସିରପ l ସହରର ବିଭିନ୍ନ ଅଞ୍ଚଳରେ ଥିବା ଡ୍ରଗ୍ସ ପେଡଲରଙ୍କୁ ଏହା ହସ୍ତାନ୍ତର ହେବାକୁ ଯୋଜନା ଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ଟିମ l ଚଢାଉ ବେଳେ 32 ଜଣ ହାର୍ଡକୋର ନିଶା ବେପାରୀଙ୍କୁ ଗିରଫ କରିବା ସହ 5 ହଜାର 400 ବୋତଲ କଫ ସିରପ ଓ ନଗଦ 12 ହଜାର ଟଙ୍କା ଜବତ କରିଛି ପୋଲିସ l ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ସଦର SDPO ପ୍ରଦୀପ କୁମାର ସାହୁ l

ସହରରେ ଦିନକୁ ଦିନ ବେଆଇନ କଫ ସିରଫ କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ମୂଳପୋଛ କରିବାକୁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା l ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ସିଟି ଷ୍ଟେସନ ନିକଟ ଝାଙ୍କରପଡାରେ ଚଢ଼ାଉ କରି ପ୍ରଥମେ 6 ଜଣ ମାଫିଆଙ୍କୁ କଫ ସିରଫ ଡିଲ କରୁଥିବାବେଳେ ରେଡ ହ୍ୟାଣ୍ଡେଡ ଗିରଫ କରିଥିଲା l ସମସ୍ତ ଅଭିଯୁକ୍ତଙ୍କ ନାଁରେ ଆଗରୁ ଏକାଧିକ ମାମଲା ଥିବା ନେଇ ପୋଲିସ ସୂଚନା ଦେଇଛି l ଏହି ବେଆଇନ କଫ ସିରପ କୋଲକାତାରୁ ଏକାଧିକ ଚାରି ଚକିଆ ଗାଡି ଯୋଗେ ଆସିଥିବା ଜାଣିବାକୁ ପାଇଛି ପୋଲିସ l ତେବେ ଆଗକୁ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢିବ ବୋଲି SDPO ସୂଚନା ଦେଇଛନ୍ତି l

ଏହା ବି ପଢନ୍ତୁ...ଚାଲିଥିଲା ବେଆଇନ୍‌ କଫ ସିରପ କାରବାର, ଚଢ଼ାଉ ବେଳେ ୧୮ ଗିରଫ

SDPO ପ୍ରଦୀପ କୁମାର ସାହୁ କହିଛନ୍ତି, "ପ୍ରଥମେ 6 ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ଡାଏରୀ, 5 ହଜାର 400 ବୋତଲ କଫ ସିରଫ ସହ ନଗଦ 12 ହଜାର ଟଙ୍କା ଜବତ ହୋଇଥିଲା l ତେବେ ଘଟଣାସ୍ଥଳରୁ ଜବତ ଡାଏରୀ ଆଧାରରେ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ କଫ ସିରପ ଯୋଗାଉଥିବା 26 ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା l ଏଭଳି ଭାବରେ ମୋଟ 32 ଜଣ ଅଭିଯୁକ୍ତଙ୍କୁ ସହରର ବିଭିନ୍ନ ଥାନା ଅଞ୍ଚଳରୁ ଗିରଫ କରାଯାଇଛି ।" ଏହି ରାକେଟରେ ଜଣେ ମହିଳାଙ୍କ ମଧ୍ୟ ସମ୍ପୃକ୍ତି ଥିବାର ଜଣା ପଡିଥିବା ବେଳେ ତାଙ୍କର ସନ୍ଧାନ ପାଇଁ ପୋଲିସ ପ୍ରଚେଷ୍ଟା ଚଳାଉଥିବା ସୂଚନା ଦିଆଯାଇଛି l


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details