ଓଡିଶା

odisha

ETV Bharat / state

ଉଗ୍ର ରୂପ ନେଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟରୁ ବିଚାରପତିଙ୍କୁ ବାହାର କଲେ ଆନ୍ଦୋଳନକାରୀ - Permanent HC Bench demand

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ତେଜିଲା ଆନ୍ଦୋଳନ(protest over permanent hc bench) । ଆନ୍ଦୋଳନକାରୀ କୋର୍ଟ ଭିତରେ ପଶି ବିଚାରପତିମାନଙ୍କୁ ବାହାର କରିଦେଇଛନ୍ତି । ଅଧିକ ପଢ଼ନ୍ତୁ

LAWYER AND POLICE CLASHES in sambalpur
ଉଗ୍ର ରୂପ ନେଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟରୁ ବିଚାରପତିଙ୍କୁ ବାହାର କଲେ ଆନ୍ଦୋଳନକାରୀ

By

Published : Dec 12, 2022, 11:38 AM IST

Updated : Dec 12, 2022, 8:32 PM IST

ଉଗ୍ର ରୂପ ନେଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟରୁ ବିଚାରପତିଙ୍କୁ ବାହାର କଲେ ଆନ୍ଦୋଳନକାରୀ

ସମ୍ବଲପୁର: ପୁଣି ତେଜିଲା ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଦୀର୍ଘ ଦିନରୁ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଏହା ଉଗ୍ର ରୂପ ନେଇଛି। ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହୋଇ କୋର୍ଟ ଭିତରକୁ ପଶି ବିଚାରପତି ମାନଙ୍କୁ କୋର୍ଟ ଚ୍ୟାମ୍ବରରୁ ବାହାର କରିଦେଇଥିଲେ । ଆନ୍ଦୋଳନ ବେଳେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ଓକିଲ ସଂଘ ଏନେଇ ପୋଲିସ ପ୍ରଶାସନର ବିଫଳତାକୁ ଦାୟୀ କରିଛି ।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି ନେଇ ଆଜି କଚେରୀ ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା। କୋର୍ଟ ପରିସରରୁ ବିଚାରପତିମାନଙ୍କୁ ଆନ୍ଦୋଳନକାରୀମାନେ ବାହାର କରିଦେଇଥିଲେ। ଜିଲ୍ଲା ଓକିଲ ସଂଘ ଓ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିର ମିଳିତ ଆହ୍ୱାନରେ କଚେରୀ ଛକ ଠାରେ ସତ୍ୟାଗ୍ରହ ଜାରି ରହିଥିଲା । ଏହି ସମୟରେ ବିଚାରପତିମାନଙ୍କୁ ପୋଲିସ କଡା ସୁରକ୍ଷା ବଳୟ ଭିତରେ ପଛ ଗେଟରୁ କୋର୍ଟ ଭିତରକୁ ପ୍ରବେଶ କରାଇଥିଲା। ଆନ୍ଦୋଳନରେ ସାମିଲ ହୋଇଥିବା ସାଧାରଣ ଜନତା ଏହାକୁ ବିରୋଧ କରି ପୋଲିସର ବ୍ୟାରିକେଟ ଭାଙ୍ଗି କୋର୍ଟ ଭିତରକୁ ପଶି ଯାଇଥିଲେ ଏବଂ ଜିଲ୍ଲା ଜଜଙ୍କ ଚ୍ୟାମ୍ବର ଭିତରକୁ ପଶି ଭଙ୍ଗାରୁଜା ଆରମ୍ଭ କରିଲେ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ବିଚାରପତି ଚ୍ୟାମ୍ବର ଛାଡିବାକୁ ବାଧ୍ୟ ହୋଇଥିଲେ।

ପୋଲିସ କଡା ସୁରକ୍ଷା ଭିତରେ ଜଜ୍‌ମାନଙ୍କୁ ସେଠାରୁ ବାହାର କରାଗଲା । ତେବେ ଏହିଭଳି ଅପ୍ରୀତିକର ପରିସ୍ଥିତି ପାଇଁ ଜିଲ୍ଲା ଓକିଲ ସଂଘ ପୋଲିସର ଅପାରଗତାକୁ ଦାୟୀ କରିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଓ ରାଜ୍ୟର ଆଡଭୋକେଟ ଜେନେରାଲଙ୍କ ସୁପ୍ରିମକୋର୍ଟରେ ଭୁଲ ସତ୍ୟପାଠକୁ ନିନ୍ଦା କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓ ଆନ୍ଦୋଳନକାରୀ ଜନତା । ଏଥିପାଇଁ ଆନ୍ଦୋଳନ ସ୍ଥଳରେ ଆଡଭୋକେଟ ଜେନେରାଲଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ନୀତି ଯୋଗୁଁ ଆଗକୁ ଆନ୍ଦୋଳନ ସ୍ୱତନ୍ତ୍ର ରାଜ୍ୟ ଗଠନ ଆଡକୁ ମୁହାଁଇବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Dec 12, 2022, 8:32 PM IST

ABOUT THE AUTHOR

...view details