ସମ୍ବଲପୁର: କୋରୋନା ସ୍ଥିତିର ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ । ଗୁରୁବାର ସମ୍ବଲପୁର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ଗୁରୁବାର ସେ ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସମ୍ବଲପୁର ରିଜର୍ବ ପଡିଆରେ ପୂର୍ବାହ୍ନ ପ୍ରାୟ ସାଢ଼େ 10ଟା ସମୟରେ ପହଞ୍ଚିଥିଲେ।
ସେଠାରେ ପହଞ୍ଚିବା ପରେ ସେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି, ଜିଲ୍ଲାପାଳ, ଏସପି ଓ ଡିଆଇଜିଙ୍କ ସହ କୋରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ।