ସମ୍ବଲପୁର: ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ଠାରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ବାଗକୁ ଆଜି ସମ୍ବଲପୁର ପୋଲିସ ଗିରଫ କରିଛି । ଏନେଇ ସମ୍ବଲପୁର ସଦର ଏଡିପିଓ ତପନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗତକାଲି ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ 3 ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତେବେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବ ବାଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୋଲିସର ସୂଚନା ମୁତାବକ ପୁର୍ବରୁ ମଧ୍ୟ ଅଭିଯୁକ୍ତ ଦେବ ବାଗ ନାଁ ରେ ଥାନାରେ 8 ଟି ଅପରାଧିକ ମାମଲା ରହିଛି ।