ସମ୍ବଲପୁର:ସ୍କୁଲ ଭିତରୁ ମିଳିଲା ଦେଶୀ ପିସ୍ତଲ । ସ୍କୁଲ ସଫେଇ କରୁଥିବା ସମୟରେ ମିଳିଲା ଦେଶୀ ପିସ୍ତଲ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସବଡିଭିଜନର ଜମନକିରା ଥାନା ଅନ୍ତର୍ଗତ ରେଙ୍ଗୁମୁଣ୍ଡା ଗାଁରେ । ସୂଚନାନୁସାରେ ଗତ ଶନିବାର ଦିନ ସ୍କୁଲକୁ ସଫେଇ କରାଯାଉଥିବା ବେଳେ ସ୍କୁଲ କୋଠରୀରେ ଏହି ପିସ୍ତଲକୁ ଦେଖି ସଫେଇ କରୁଥିବା ବ୍ୟକ୍ତି ଜଣକ ଭୟଭୀତ ହୋଇପଡିଥିଲେ । ସେ ଏନେଇ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ତୁରନ୍ତ ସୂଚନା ଦେଇଥିଲେ।
ସ୍କୁଲ କୋଠରୀରୁ ମିଳିଲା ଦେଶୀ ପିସ୍ତଲ - ରେଙ୍ଗୁମୁଣ୍ଡା ସ୍କୁଲରୁ ମଳିଲା ଦେଶୀ ପିସ୍ତଲ
ସ୍କୁଲ ସଫେଇ କରୁ କରୁ ମିଳିଲା ଦେଶୀ ପିସ୍ତଲ । ସଫେଇ କରୁଥିବା ବ୍ୟକ୍ତି ତୁରନ୍ତ ଏନେଇ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସବଡିଭିଜନର ଜମନକିରା ଥାନା ଅନ୍ତର୍ଗତ ରେଙ୍ଗୁମୁଣ୍ଡା ଗାଁରେ । ଅଧିକ ପଢନ୍ତୁ
ସ୍କୁଲ କୋଠରୀ ଭିରରୁ ମିଳିଲା ଦେଶୀ ପିସ୍ତଲ
ସ୍କୁଲ କୋଠରୀ ଭିରରୁ ମିଳିଲା ଦେଶୀ ପିସ୍ତଲ
ଏହା ପରେ ଏନେଇ ସିଆରସିସି (CRCC)ଙ୍କୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ କେଉଁ ପରିସ୍ଥିତିରେ ସ୍କୁଲ ପରିସରକୁ ଏହି ପିସ୍ତଲ ଆସିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ସମ୍ବଲପୁର ଜମନକିରା ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଥିବା ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ପୋଲିସ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ