ଓଡିଶା

odisha

ETV Bharat / state

ସହରକୁ ପ୍ରବାସୀ ଶ୍ରମିକଙ୍କ ବସ୍ ପଶିବା ଘଟଣା, ଭୟଭୀତ ସମ୍ବଲପୁରବାସୀ - ଗୁଜୁରାଟ ସୁରଟରୁ ପ୍ରବାସୀ ଶ୍ରମିକ ବସ

ଗୁଜୁରାଟ ସୁରଟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଞ୍ଜାମ ଜିଲ୍ଲାକୁ ଯାଉଥିବା ବସ ସମ୍ବଲପୁର ସହର ଭିତରକୁ ପଶିବା ଘଟଣା ଏବେ ସମ୍ବଲପୁରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

sambalpur city
ଭୟଭୀତ ସମ୍ବଲପୁରବାସୀ

By

Published : May 2, 2020, 8:14 PM IST

ସମ୍ବଲପୁର: ଗୁଜୁରାଟର ସୁରଟ ସହରରୁ ଗଞ୍ଜାମ ଜିଲ୍ଲାକୁ ଯାଉଥିବା ବସ ସମ୍ବଲପୁର ସହର ଭିତରକୁ ପଶିବା ଘଟଣା ଏବେ ସମ୍ବଲପୁରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଜି(ଶନିବାର) ସକାଳେ ଗଞ୍ଜାମର କିଛି ଲୋକଙ୍କୁ ଧରି ଆସୁଥିବା ଏହି ବସ ସମ୍ବଲପୁର ରିଂରୋଡ଼ ଦେଇ ଆସି ସମ୍ବଲପୁର ଜେଲ ଛକରେ ପହଞ୍ଚିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ସମ୍ବଲପୁରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଭୟଭୀତ ସମ୍ବଲପୁରବାସୀ

ଏଠାରେ ବସଟି କିଛି ସମୟ ଅଟକି ଥିବାବେଳେ କିଛି ପ୍ରବାସୀ ଓଡିଆ ନିକଟସ୍ଥ ଫଳ ଦୋକାନକୁ ଯାଇ ଫଳ କିଣିଥିଲେ। ତେବେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ମଧ୍ୟ ନଥିଲା। ଏହି ଖବର ମିଳିବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ତେବେ ସୁରଟରୁ ଆସୁଥିବା ବସଟି ସହର ଭିତରେ କେମିତି ପଶିଲା ଓ ଜେଲ ଛକରେ ଅଟକି ଯାତ୍ରୀ ବାହାରକୁ ବାହାରି ଫଳ କେମିତି କିଣିଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ପୋଲିସ ପ୍ରଶାସନ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ବିଶିଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବସ ଆସିବା ନେଇ ପୋଲିସ ପ୍ରଶାସନ ପାଖରେ କୌଣସି ଖବର ନଥିଲା ।

ଏନେଇ ସହରବାସୀ ପୋଲିସ ପ୍ରଶାସନକୁ ଜଣାଇବା ପରେ ସହରକୁ ସାନିଟାଇଜ କରାଯାଇଥିଲା । ତେବେ ବସଟି ରାଜ୍ୟ ବାହାରୁ ଆସୁ ଥିବାରୁ ରାସ୍ତା ବିଷୟରେ ଅବଗତ ନଥିବାରୁ ଭୁଲବଶତଃ ସମ୍ବଲପୁର ସହର ଭିତରକୁ ପଶିଯାଇଥିଲା। ତେବେ ଏହି ବସ ଯାତ୍ରୀମାନେ ଯେଉଁ ଫଳ ଦୋକାନରୁ ଫଳ କିଣିଥିଲେ, ସେହି ଦୋକାନୀ ମାନଙ୍କୁ ସଙ୍ଗରୋଧ ରଖିବାକୁ ପୋଲିସ ପୋଲିସ ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details