ସମ୍ବଲପୁର : ଜିଲ୍ଲାର ରେଙ୍ଗାଲୀ ବ୍ଲକ ନିଶାନଭଙ୍ଗା ଗାଁ ମହାବିରପଡା ଠାରେ ତିଆରି ହେଉଥିବା ଶ୍ୟାମ ମେଟାଲିକ କମ୍ପାନୀର ପାଉଁଶ ଟାଙ୍କିକୁ ସ୍ଥାନୀୟ ଲୋକଙ୍କ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ପାଉଁଶ ଟାଙ୍କି ପାଖଦେଇ ଗାଁର ମୁଖ୍ୟ ସଡକ ଯାଇଥିବା ବେଳେ ଏହା ନିକଟରେ ଜନ ବସତି ଓ ଚାଷ ଜମି ରହିଛି ।
ଶ୍ୟାମ ମେଟାଲିକ ପାଉଁଶ ଟାଙ୍କିକୁ ବିରୋଧ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ - ରେଙ୍ଗାଲୀ ପାଉଁଶ ଟାଙ୍କି
ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ବ୍ଲକ ନିଶାନଭଙ୍ଗା ଗାଁ ମହାବିରପଡା ଠାରେ ତିଆରି ହେଉଥିବା ଶ୍ୟାମ ମେଟାଲିକ କମ୍ପାନୀର ପାଉଁଶ ଟାଙ୍କିକୁ ସ୍ଥାନୀୟ ଲୋକଙ୍କ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଶ୍ୟାମ ମେଟାଲିକ ପାଉଁଶ ଟାଙ୍କିକୁ ବିରୋଧ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଶ୍ୟାମ ମେଟାଲିକ ପାଉଁଶ ଟାଙ୍କିକୁ ବିରୋଧ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଏହା ଦ୍ୱାରା ଶିଳ୍ପ ଅନୁଷ୍ଠାନର ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଜନଜୀବନ ଉପରେ ବହୁତ କୁପ୍ରଭାବ ପଡିବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି ପୂର୍ବରୁ ଏହି ଗାଁରେ କମ୍ପାନୀ ଜନିତ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକ ଅସ୍ତବ୍ୟସ୍ତ ହୋଇ ସାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇ ଏହି ପାଉଁଶ ଟାଙ୍କିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଲିଖିତ ଭାବେ ଜଣେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ