ଓଡିଶା

odisha

ETV Bharat / state

ବିଦ୍ୟୁତ ବିତରଣକାରୀ କମ୍ପାନୀର ମନମାନି, 15ବର୍ଷ ତଳେ ଗାଁକୁ ଗେଷ୍ଟ୍ ଆସିଥିଲେ, ଏବେ ଆସିଲା ବିଲ୍

ବିଦ୍ୟୁତ ବିତରଣକାରୀ ସଂସ୍ଥା ମନମାନି କରିବା ସହ ଶୋଷଣ କରୁଥୁବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

memorandum to sambalpur collector
memorandum to sambalpur collector

By

Published : Feb 28, 2023, 4:03 PM IST

memorandum to sambalpur collector

ସମ୍ବଲପୁର:ସମ୍ବଲପୁରରେ ବକେୟା ବିଦ୍ୟୁତ ବିଲକୁ ନେଇ ତେଜୁଛି ଅସନ୍ତୋଷ। ବିଦ୍ୟୁତ ବିତରଣକାରୀ ସଂସ୍ଥା ମନମାନି କରିବା ସହ ଶୋଷଣ କରୁଥିବା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ସୂଚନା ମୁତାବକ କୋଳପାଲି ଗାଁ ରେ ଗଣେଶ ବଢ଼େଇ ନାମକ ଜଣେ ବ୍ୟକ୍ତି ଙ୍କ ନାଁରେ 14 ହଜାର ଟଙ୍କାର ଏରିଅର ବିଲ ଆସିଥିଲା। ସବୁଠାରୁ ବଡ଼ କଥା ହେଲା ସେହି ନାଁ ର କୌଣସି ବ୍ୟକ୍ତି ଗାଁ ରେ ନାହାଁନ୍ତି l ଖୋଳତାଡ ପରେ ଜଣା ପଡିଲା ଯେ ଗଣେଶ ବଢ଼େଇ ନାମକ ଜଣେ ବ୍ୟକ୍ତି 15 ବର୍ଷ ତଳେ ଗାଁ କୁ କୁଣିଆ ଭାବରେ ଆସି କିଛି ଦିନ ରହିଥିଲେ l

ତେବେ 15 ବର୍ଷ ତଳେ ସେ ଗାଁ ଛାଡି ଦେଇଥିଲେ ମଧ୍ୟ ତାଙ୍କ ନାଁ ରେ ବିଦ୍ୟୁତ ବକେୟା ବିଲ ଆସିବା ନେଇ ବିଦ୍ୟୁତ ବିତରଣ କମ୍ପାନୀ ର ଖାମଖିଆଳି ମନୋଭାବ କୁ ଦର୍ଶଉଥିବା କହିଛନ୍ତି ଅଞ୍ଚଳବାସୀ l ସମ୍ବଲପୁର ରେ ବକେୟା ବିଦ୍ୟୁତ ବିଲକୁ ନେଇ ତେଜୁଛି ଅସନ୍ତୋଷ । ଏନେଇ ଏକାଠି ହୋଇଛନ୍ତି 9ଟି ଗ୍ରାମର ଲୋକେ l ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ 38 ନମ୍ବର ୱାର୍ଡର ସିନ୍ଦୁରପଙ୍କ କଲ୍ୟାଣ ମଣ୍ଡପ ଠାରେ 9 ଟି ଗ୍ରାମବାସୀ ଏକାଠି ହୋଇ ନିଜର ପୁଞ୍ଜିଭୂତ କୋହ ପ୍ରକାଶ କରି ଟାଟା ପାୱାରର ଜୁଲୁମ କରୁଥିବା ଅଭିଯୋଗ ନେଇ ନିଜ ନିଜ ଅସନ୍ତୋଷ ଜାହିର କରି ଶେଷରେ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସିନ୍ଦୁରପଙ୍କ, କୋଲପାଲି ,ଠେମେରା ,ନକ୍ସାପାଲି , ବାଦିପାଲି ,ଖଣ୍ଡୁଆଳ , ଖଇରପାଲି ,ଦଣ୍ଡେଇପାଲି, ପୁଟିବନ୍ଦ ଓ ତକବା ର ବରିଷ୍ଠ ନାଗରିକ ମାନେ ଏକାଠି ହୋଇ ଲକ୍ଷାଧିକ ଟଙ୍କାର ତୃଟିପୁର୍ଣ୍ଣ ବିଲ,ବିଦ୍ୟୁତ କାଟି ଦେବା ଧମକ, ମିଟର ରିଡିଙ୍ଗ ନ ଦେଖି ପ୍ରୋଭିଜନାଲ ବିଲ ଦେଇ ଅର୍ଥ ଜମା କରିବାକୁ ଅଡି ବସିବା, ଲୋକ ନ ଥାଇ ମିଥ୍ୟା ବିଲ ଦେବା , ଏରିଅର ବିଲ ନାମରେ ଶୋଷଣ କରିବା ଭଳି ଟିପିଡବ୍ଲୁଓଡିଏଲ ର ମନମାନି କାମକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ଜରିଆରେ ପ୍ରଦାନ କରାଯାଇଛି।

ତେବେ ବରିଷ୍ଠ ନାଗରିକ ରାମସାଗର ସାହୁଙ୍କ ଆବାହକତ୍ୱ ଓ ପତିତପାବନ ଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଗଠନର ଆବାହକ ଡା.ରାଜାରାମ ଷଡଙ୍ଗୀ , ସୁରେଶ ଚନ୍ଦ୍ର କର, ଭଗତ କୁମାର , ଆନନ୍ଦ ସ୍ୱାଇଁ , ଗୋପ ରଞ୍ଜନ ପଣ୍ଡା , ପୁର୍ଣ୍ଣ ଚନ୍ଦ୍ର ସାହୁ , କପିଲ ସାହୁ ପ୍ରମୂଖ ଶତାଧିକ ବିଦ୍ୟୁତ ଉପଭୋକ୍ତା ଆଲୋଚନାରେ ଅଂଶ ଗ୍ରହଣ କରି ଏହାର ପ୍ରତିକାର ବ୍ୟବସ୍ଥା ନ ହେଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ମତ ପୋଷଣ କରିଥିଲେ ।

ସୂଚନା ଯୋଗ୍ୟ ଯେ , ଏରିଅର ବିଲ ସଂକ୍ରାନ୍ତରେ ଅର୍ଥ ଆଦାୟ କାରୀ କମ୍ପାନୀର ଚୁକ୍ତିନାମା ହୋଇନଥିବା ବେଳେ ଜୋର ଜବରଦସ୍ତ ଏରିଅର ଅର୍ଥ ମାଗି ଗାଁ ଗାଁରେ ଅସନ୍ତୋଷର ମଞ୍ଜି ବୁଣିବା ସହିତ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ପରି ସମୟରେ କମ୍ପାନୀର ଏଭଳି ଅତ୍ୟାଚାରକୁ ତୁରନ୍ତ ରୋକିବାକୁ 9ଟି ଗ୍ରାମବାସୀ ଏକାଠି ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ପାଖା ପାଖି ଗୋଟିଏ ସପ୍ତାହ ତଳେ ଜିଲ୍ଲା ଉପଭୋକ୍ତା ସଂଗଠନ ପକ୍ଷରୁ ଏକ 5 ଦଫା ଦାବୀ ସମ୍ମିଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ , ବିଭାଗୀୟ ଏସିଙ୍କୁ ପ୍ରଦାନ କରାଯାଇଥିଲା।

ଏପରିକି TPWODL କମ୍ପାନୀର ଏଭଳି ଅତ୍ୟାଚାରକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ 15 ଜାନୁୟାରୀ 2022 ରୁ ଖାଲି ପଡିଥିବା OERC ର ଅଧ୍ୟକ୍ଷ ପଦପୂରଣ ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତ ଭଳି ସାର୍ବଜନୀନ ସେବାକୁ ସରଳୀକରଣ କରି ଠୋସ୍ ପଦକ୍ଷେପ ନେବାକୁ ବିଦ୍ୟୁତ ଉପଭୋକ୍ତା ଆଶା ପ୍ରକଟ କରିଥିବା ସୂଚନା ପ୍ରଦାନ କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details