ଓଡିଶା

odisha

ETV Bharat / state

କୁକୁରଙ୍କୁ ବିଷ ଦେଇ ହତ୍ୟା, ଦୋଷୀକୁ ଦଣ୍ଡ ଦାବି କଲା ପିପୁଲ ଫର ଆନିମଲ ସଂଘ

ସମ୍ବଲପୁର ବୁର୍ଲା ସ୍ଥିତ ଜାଗୃତି ବିହାରରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଘଟଣା । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିପୁଲ ଫର ଆନିମଲର ଚେୟାରମ୍ୟାନଙ୍କ ଦାବି ପରେ ସମ୍ବଲପୁର ଏସପିର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

କୁକୁରଙ୍କୁ ବିଷଦେଇ ହତ୍ୟା, ଦୋଷୀଙ୍କ ଦଣ୍ଡ ଦାବିକଲା ପିପୁଲ ଫର ଆନିମଲ ସଙ୍ଗଠନ
କୁକୁରଙ୍କୁ ବିଷଦେଇ ହତ୍ୟା, ଦୋଷୀଙ୍କ ଦଣ୍ଡ ଦାବିକଲା ପିପୁଲ ଫର ଆନିମଲ ସଙ୍ଗଠନ

By

Published : Jun 3, 2021, 11:15 AM IST

ସମ୍ବଲପୁର: ବୁର୍ଲା ସ୍ଥିତ ଏମସିଏଲ ଜାଗୃତି ବିହାରରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ପିପୁଲ ଫର ଆନିମଲର ଚେୟାରମ୍ୟାନ ମେନକା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ସମ୍ବଲପୁର ପୋଲିସର ତଦନ୍ତ ଆରମ୍ଭ । ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ଜାଗୃତି ବିହାର କଲୋନୀରେ 9 ଟି କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

କୁକୁରଙ୍କୁ ବିଷଦେଇ ହତ୍ୟା, ଦୋଷୀଙ୍କ ଦଣ୍ଡ ଦାବିକଲା ପିପୁଲ ଫର ଆନିମଲ ସଙ୍ଗଠନ

ଏହି ଘଟଣାର ତଦନ୍ତ ନେଇ ସମ୍ବଲପୁର ପିପୁଲ ଫର ଆନିମଲର ସଂଯୋଜକଙ୍କ ପକ୍ଷରୁ ଏତଲା ଦିଆଯାଇଛି । ସମ୍ବଲପୁର ପିପୁଲ ଫର ଆନିମଲର ସଂଯୋଜକ କହିଛନ୍ତି ଯେ, ଗତ 29 ତାରିଖରେ ସମ୍ବଲପୁର ଏମସିଏଲର ସିକ୍ୟୁରିଟି ଅଫିସର ଜାଗୃତି ବିହାର କଲୋନୀରେ ଏକାଧିକ କୁକୁରଙ୍କ ମୃତଦେହ ଠାବ ହୋଇଛି ବୋଲି ପିପୁଲ ଫର ଆନିମଲସର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ସିକ୍ୟୁରିଟି ଅଫିସର ମଧ୍ୟ କହିଥିଲେ ଯେ ଗତ 26 ତାରିଖରେ ଏମସିଏଲରେ କାର୍ଯ୍ୟରତ ଜଣେ ମହିଳା କିଛି କୁକୁର ତାଙ୍କ ଗାଡିକୁ କାମୁଡି ବହୁତ କ୍ଷତି କରିଥିବା ଅଭିଯୋଗ କରିଥିଲେ ଏବଂ କୁକୁରଗୁଡିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଘଟଣାକୁ ଦୃଷ୍ଟିରେ ରଖି ଉକ୍ତ ମହିଳାଙ୍କ ଉପରେ ସନ୍ଦେହ କରି ପିପୁଲ ଫର ଆନିମଲ ପକ୍ଷରୁ ବୁର୍ଲା ଥାନାରେ ଗତ 1 ତାରିଖ ଏତଲା ଦିଆଯାଇଛି ।



ଘଟଣାର ତ୍ୱରିତ ତଦନ୍ତ ନେଇ ପିପୁଲ ଫର ଆନିମଲର ଚେୟାରମ୍ୟାନ ମେନକା ଗାନ୍ଧୀ ସମ୍ବଲପୁର ଏସପିଙ୍କ ସହ ଫୋନରେ କଥା ହେବା ପରେ ଏହାର ତଦନ୍ତ ଜାରି ରହିଛି ବୋଲି ସମ୍ବଲପୁର ଏସପି କହିଛନ୍ତି ।



ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details