ଓଡିଶା

odisha

ETV Bharat / state

ବାରମ୍ବାର ସଚେତନତା ସତ୍ତ୍ୱେ ଲକଡାଉନ ଉଲଂଘନ କରୁଛନ୍ତି ସମ୍ବଲପୁର ବାସିନ୍ଦା - କୋଭିଡ 19

କୋଭିଡ 19କୁ ନେଇ ସରକାର ତରଫରୁ ଘୋଷଣା ହୋଇଥିବା ଲକଡାଉନର ଆଜି ହେଉଛି ଚତୁର୍ଥ ଦିନ । ସମ୍ବଲପୁରରେ ମଧ୍ୟ ଲକ ଡାଉନ ଜାରି ରହିଛି । ସମ୍ବଲପୁର ସହରର ପ୍ରମୂଖ ଛକ ଗୁଡ଼ିକରେ ପୋଲିସ ଜଗି ରହି ଜୋରସୋରରେ ଚେକିଂ କରୁଛି ଓ ଲୋକଙ୍କୁ ତାଗିଦ କରୁଥିବାର ଦେଖିବାକୁ ମିଳୁଛି । ତେବେ କେତେକ ଛକର ଦୃଶ୍ୟକୁ ଦେଖିଲେ ଏମିତି ଲାଗୁଛି ଯେ ଆଜି ବି କିଛି ଲୋକ ସଚେତନ ହୋଇନାହାନ୍ତି ଓ ଏହାକୁ ଖାମ ଖିଆଳି ଭାବେ ନେଉଛନ୍ତି । ଆହୁରି ପଢନ୍ତୁ...

people are violating lockdowns
ବାରମ୍ବାର ସଚେତନତା ସତ୍ତ୍ୱେ ଲକଡାଉନ ଉଲଂଘନ କରୁଛନ୍ତି ଲୋକ

By

Published : Mar 26, 2020, 5:49 PM IST

ସମ୍ବଲପୁର: କୋଭିଡ 19କୁ ନେଇ ସରକାର ଘୋଷଣା କରିଥିବା ଲକଡାଉନର ଆଜି ହେଉଛି ଚତୁର୍ଥ ଦିନ । ଏନେଇ ସାରା ରାଜ୍ୟରେ ଲକଡାଉନ ପରିସ୍ଥିତି ଜାରି ରହିଛି । ସମ୍ବଲପୁରରେ ମଧ୍ୟ ଲକ ଡାଉନ ଜାରି ରହିଛି ।

ବାରମ୍ବାର ସଚେତନତା ସତ୍ତ୍ୱେ ଲକଡାଉନ ଉଲଂଘନ କରୁଛନ୍ତି ଲୋକ

ସବୁ ପ୍ରମୁଖ ଛକ ଗୁଡ଼ିକରେ ଜିଲ୍ଲା ପ୍ରଶାସନ ତରଫରୁ ଡ଼ାକବାଜି ଯନ୍ତ୍ର ଓ ଲିପଲେଟ ଜରିଆରେ ସଚେତନ କରାଯାଉଛି । ତେବେ କିଛି ଲୋକ ଏବେବି ସଚେତନ ହେଉନାହାନ୍ତି ଓ ଏହାକୁ ଖାମ ଖିଆଲି ଭାବେ ନେଉଛନ୍ତି । ସମ୍ବଲପୁର ସହରରେ ଏବେ ପ୍ରତ୍ୟେକ ସ୍ଥାନରେ ଦୋକାନ, ବଜାର ସବୁ ବନ୍ଦ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ମେଡ଼ିକାଲ, ମେଡ଼ିସିନ ଦୋକାନ, ତେଜରାତି ଦୋକାନ ଓ ପନିପରିବା ଦୋକାନ ଖୋଲା ରହିଛି । ରାସ୍ତା ଘାଟ ଅପେକ୍ଷାକୃତ ଆଜି ଖାଲି ଖାଲି ଲାଗୁଛି ।

ସହରର ପ୍ରମୂଖ ଛକ ଗୁଡ଼ିକରେ ପୋଲିସ ଜଗି ରହି ଜୋରସୋରରେ ଚେକିଂ କରୁଛି ଓ ଲୋକଙ୍କୁ ତାଗିଦ କରୁଥିବାର ଦେଖିବାକୁ ମିଳୁଛି । ତେବେ କେତେକ ଛକର ଦୃଶ୍ୟକୁ ଦେଖିଲେ ଏମିତି ଲାଗୁଛି ଯେ ଆଜି ବି କିଛି ଲୋକ ସଚେତନ ହୋଇନାହାନ୍ତି ଓ ଏହାକୁ ଖାମ ଖିଆଳି ଭାବେ ନେଉଛନ୍ତି ।

ସମ୍ବଲପୁର ଗୋଲବଜାର ଛକରେ ଥିବା ଡେଲି ପରିବା ମାର୍କେଟରେ କେତେକ ଦୋକାନୀ ମଧ୍ୟରେ ସାମାଜିକ ଦୂରତ୍ୱ ନଥିବାର ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାହକ ମାନଙ୍କ ପାଇଁ ନିଦ୍ଧିଷ୍ଟ ଦୁରତାରେ ସ୍ଥାନ ନିରୂପଣ କରି ରହିବାକୁ କୁହାଯାଉଥିଲେ ମଧ୍ୟ ଲୋକେ ମାନୁନାହାନ୍ତି ।

ଗୋଲ ବଜାର ଛକରେ କେତେକ ଲୋକ ଅନାୟସରେ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳୁଛି । ମୁଖ୍ୟ ସଡକ ଓ ଛକରେ ପୋଲିସ ପହରା ଦେଉଥିଲେ ମଧ୍ୟ ମୁଖ୍ୟତଃ କେତେକ ପଡା ଓ ଗଳିରେ ଲୋକମାନେ ବିନା ମାସ୍କରେ ଭିଡ଼ ଜମାଇ ଖଟି କରୁଥିବାର ଦେଖିବାକୁ ମିଳୁଛି ।

ସେଥିପାଇଁ ପ୍ରତ୍ୟେକ ପଡା ଓ ଗଳିରେ ପୋଲିସର ପି.ସି.ଆର ଭ୍ୟାନ ବୁଲିବା ଦରକାର ବୋଲି ସଚେତନ ନାଗରିକ କହୁଛନ୍ତି । ଏହା ସହ ପରିବା ମାର୍କେଟକୁ ଦିନସାରା ନଖୋଲାଯାଇ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ଅନୁମତି ମିଳିବା ଦରକାର ବୋଲି ସଚେତନ ନାଗରିକ କହୁଛନ୍ତି ।

ସମ୍ବଲପୁରରୁ ବାଦଶା ସମନ ଯୁସମନ ରଣା,ଇଟିଭି ଭାରତ

ABOUT THE AUTHOR

...view details