ସମ୍ବଲପୁର: ସିନ୍ଦୁରପଙ୍କ ନିକଟସ୍ଥ କୁଦପାଲି ପାହାଡ଼ରେ 1857 ମସିହା ଡିସେମ୍ବର 30ରେ ଇଂରେଜମାନଙ୍କ ସହ ସଶସ୍ତ୍ର ସଂଗ୍ରାମ କରି 57 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ଶହୀଦ ମାନଙ୍କ ମଧ୍ୟରେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଲ ସାଏ । ତାଙ୍କରି ନେତୃତ୍ୱରେ କୁଦୋପାଲି ପାହାଡ଼ରେ ଏହି ଲଢେଇ ହୋଇଥିବା ବେଳେ 57 ଜଣ ଶହୀଦ ହୋଇଥିଲେ । ଶହୀଦଙ୍କ ସ୍ମୃତିଚାରଣ ପାଇଁ ଆଜି ସମ୍ବଲପୁରରେ ଏକ ମଶାଲ ଶୋଭଯାତ୍ରା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:CMC କାଉସିଲ ବୈଠକରେ ବାଲିଯାତ୍ରା ଝଡ଼, ଗର୍ଜିଲେ ବିରୋଧି ଦଳ କର୍ପୋରେଟର
ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ଶହୀଦ ହୋଇଥିବା ବଳିଦାନୀଙ୍କୁ ବୀର ଛବିଲ ସାଏ ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସମ୍ବଲପୁରବାସୀ । ଏହି ଅବସରରେ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଏକ ମଶାଲ ଶୋଭଯାତ୍ରା ବାହାରିଥିଲା । ଶୋଭଯାତ୍ରା ସମ୍ବଲପୁର ସହର ପରିକ୍ରମା କରି କୁଦୋପାଲି ପାହାଡ଼ ପର୍ଯ୍ୟନ୍ତ ଯାଇଥିଲା ।