ଓଡିଶା

odisha

ETV Bharat / state

ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶକୁ ଫୁ', ବସ୍‌ରେ ଲାଗୁନି ଡିସପ୍ଲେ ବୋର୍ଡ - ବସରେ ଲାଗୁନି ଡିସପ୍ଲେ ବୋର୍ଡ

ବସଗୁଡିକରେ ନାହିଁ ଡିସପ୍ଲେ ବୋର୍ଡ । ପରିବହନ ବିଭାଗର ନିର୍ଦ୍ଦେଶନାମା ପରେ ବି ବସରେ ଏହି ବ୍ୟବସ୍ଥା କରାନଯିବାରୁ ଅସନ୍ତୋଷ ପ୍ରକାଶ କଲେ ଯାତ୍ରୀ। ଅଧିକ ପଢନ୍ତୁ

display board not installed in bus
display board not installed in bus

By

Published : May 30, 2023, 12:05 PM IST

ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶକୁ ଫୁ'

ସମ୍ବଲପୁର:ରାଜ୍ୟ ସରକାରଙ୍କ ପରିବହନ ବିଭାଗର ନିର୍ଦ୍ଦେଶନାମାକୁ ଫୁ' । ବସ ଭିତରେ ଯାତ୍ରୀଙ୍କ ସୁବିଧା ପାଇଁ ଏପର୍ଯ୍ୟନ୍ତ ଲାଗି ପାରିନାହିଁ ଡିସପ୍ଲେ ବୋର୍ଡ । ସରକାରଙ୍କ ନିର୍ଦ୍ଦେଶ ପରେବି ସମ୍ବଲପୁର ଜିଲ୍ଲାର ବସଗୁଡିକରେ ଡିସ୍‌ ପ୍ଲେ' ବୋର୍ଡ ଲଗାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ଯାତ୍ରୀମାନଙ୍କ ସୁବିଧା ପାଇଁ ଡିସ୍‌ ପ୍ଲେ ବୋର୍ଡରେ ଦୂରତା, ବସ୍‌ ଭଡ଼ା, କେଉଁ ପ୍ରକାର ବସ ସେବା ଯୋଗା ଯାଉଛି ସେ ସବୁ ଉଲ୍ଲେଖ କରିବାକୁ କୁହାଯାଇଥିଲା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଗତ 15 ତାରିଖରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି କରାଯାଇ ବସ୍‌ରେ ଡିସ୍‌ପ୍ଲେ ବୋର୍ଡ ଲଗାଇବା ନେଇ ସର୍କୁଲାର ଜାରି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ଦିନରେ ୪୮ ହଜାର ପଞ୍ଜିକୃତ, ଜୁନ ୨୦ ଯାଏଁ ଚାଲିବ ଯୁକ୍ତ ଦୁଇ ନାମଲେଖା ଆବେଦନ

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ପାଇଁ ବର୍ତ୍ତମାନ ମଧ୍ୟ ଅଧିକାଂଶ ଲୋକେ ସରକାରୀ ଓ ବେସରକାରୀ ବସ୍‌ ଉପରେ ନିର୍ଭର କରନ୍ତି । ତେବେ ବେଳେ ବେଳେ ସାଧାରଣ ଯାତ୍ରୀଙ୍କ ଅଜ୍ଞାତର ସୁଯୋଗ ନେଇ ବସଗୁଡିକରେ ସରକାରଙ୍କ ନିର୍ଦ୍ଧାରିତ ଭଡାରୁ ଅଧିକ ଭଡା ନିଆଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଏହିଭଳି ଘଟଣା ନଜରକୁ ଆସିବା ଫଳରେ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ବିଶୁଦ୍ଧ ପାନୀୟ ଜଳ ପାଇଁ ରାସ୍ତାରୋକ କଲେ ଅଙ୍ଗୁର ଗ୍ରାମବାସୀ, ଯାତାୟାତ ଠପ୍

ଗତ ମେ' 15 ତାରିଖରେ ରାଜ୍ୟ ପରିବହନ ବିଭାଗ ତରଫରୁ ଏକ ଚିଠି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଥିଲା ଯେ, ପ୍ରତ୍ୟେକ ଯାତ୍ରୀବାହୀ ବସ ଭିତରେ ଡିସପ୍ଲେ ବୋର୍ଡ ରହିବ ଯେଉଁଥିରେ ଗନ୍ତବ୍ୟ ସ୍ଥାନ, ସରକାରଙ୍କ ନିର୍ଦ୍ଧାରିତ ବସ୍‌ ଭଡା, କେଉଁ ପ୍ରକାର ବସ ସେବା ଯୋଗାଇ ଦିଆଯାଉଛି ତାର ସବୁ ତଥ୍ୟ ରହିବ । ତେବେ ସମ୍ବଲପୁର ଜିଲ୍ଲରେ ବସ୍‌ଗୁଡିକରେ ଏହିଭଳି କୌଣସି ଡିସ୍‌ପ୍ଲେ ବୋର୍ଡ ଲାଗି ନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ।

ସାଧାରଣ ଲୋକଙ୍କ କଥା ଅଲଗା କେତେକ ବସ କର୍ମଚାରୀ ମଧ୍ୟ ଏନେଇ ଅବଗତ ନାହାନ୍ତି । ତେବେ ସାଧାରଣ ଯାତ୍ରୀ ରାଜ୍ୟ ପରିବହନ ବିଭାଗର ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଯଥାଶୀଘ୍ର ଏହାକୁ ରୂପାୟନ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ପ୍ରସଙ୍ଗ ନେଇ ସେ ଜିଲ୍ଲା ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details