ସମ୍ବଲପୁର: ପଶ୍ଚିମ ଓଡ଼ିଶାର 11ଟି ଜିଲ୍ଲାକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିଆଞ୍ଚଳ ଏକତା ମଞ୍ଚର ଆହ୍ୱାନ । ବିଭିନ୍ନ ପ୍ରସଙ୍ଗ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାବାସୀଙ୍କ ମଧ୍ୟରେ ମତାନ୍ତର ଥିବାବେଳେ ଆଗାମୀ ଦିନରେ ଏହାକୁ କିପରି ଦୂର କରାଯାଇ ପାରିବ ସେନେଇ ପ୍ରୟାସ କରାଯିବ । ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ ଦାବୀ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।
ଗତ ମାସ 16 ତାରିଖରେ ସମ୍ବଲପୁରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ 11ଟି ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ନେଇ ଏକ ସମାବେଶ କରାଯାଇଥିଲା । ଏହି ସମାବେଶରେ 11ଟି ଜିଲ୍ଲାର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟମାନେ ଉକ୍ତ ଜିଲ୍ଲାଗୁଡ଼ିକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ପ୍ରସଙ୍ଗର 26ଟି ଦାବି ନେଇ ଆଗାମୀ ଦିନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବିଭିନ୍ନ କାର୍ଯ୍ୟକ୍ରମ ଓ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।