ଓଡିଶା

odisha

ETV Bharat / state

କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ - ଓଡ଼ିଶା ଚାଷୀ

କେନ୍ଦ୍ର ସରକାରଙ୍କ ଦ୍ବାରା ପାସ ହୋଇଥିବା କୃଷି ବିଲକୁ ନେଇ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧି ବିଲ କହି ବିରୋଧ କରିଛନ୍ତି କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ । ସେପଟେ ଏହି ବିଲକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଧିକ ପଢନ୍ତୁ..

କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ
କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ

By

Published : Sep 23, 2020, 8:29 PM IST

Updated : Sep 23, 2020, 8:51 PM IST

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ଦ୍ବାରା ପାସ ହୋଇଥିବା କୃଷି ବିଲକୁ ନେଇ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧି ବିଲ କହି ବିରୋଧ କରିଛନ୍ତି କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ । ସେପଟେ ଏହି ବିଲକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଆଗକୁ ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ବିଲକୁ ନେଇ ଆନ୍ଦୋଳନ ହେବା ସହ ଜାତୀୟ ସ୍ତରୀର ଆନ୍ଦେଳନର ମଧ୍ୟ ସମନ୍ବୟ ରକ୍ଷା କରିବ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ।

କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ

ଦେଶର ପୂର୍ବରୁ APMC,CACP,FCI, state Mandi Board ର ବ୍ୟବସ୍ଥା ଥାଇ ମଧ୍ୟ ଚାଷୀ ପାଇଁ ଏମଏପି ନିଶ୍ଚିତ ହୋଇପାରିନଥିବା ବେଳେ ନୂଆ କୃଷି ଵିଲରେ ଏମଏସପି ପାଇଁ କୌଣସି ପ୍ରାବଧାନ ନାହିଁ ବୋଲି କହିଛନ୍ତି ଚାଷୀ ନେତା। ଏଭଳି ପରିସ୍ଥିତି ରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ କିପରି ପାଇବ ବୋଲି ଚାଷୀ ଚାଷୀ ପ୍ରଶ୍ନ କରିଛନ୍ତି। ମଣ୍ଡି ବ୍ୟବସ୍ଥା ଉଠିଯିବ ଓ ହଜାର ହଜାର ଘରୋଇ କ୍ରେତା ସୃଷ୍ଟି ହେବ ଓ ମୁଖ୍ୟତଃ କ୍ଷୁଦ୍ର ଓ ଗରିବ ଚାଷୀ ଉତ୍ପାଦିତ କୃଷି ସାମଗ୍ରୀ ର ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ରହିଥିବା ଅଭିଯୋଗ ହୋଇଛି ।

ଫଳରେ ଚାଷୀ ଅଣ୍ଡର ରେଟରେ ନିଜର କୃଷିଜାତ ଦ୍ରବ୍ୟ ବିକ୍ରି କରିବାକୁ ବାଧ୍ୟ ହେବେ । ଏହି ବିଲ ଦ୍ବାରା ବହୁତ ଘରୋଇ କ୍ରେତା ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବାକୁ କୌଣସି ବ୍ୟବସ୍ଥା ନାହିଁ କି ଏମଏସପି ରୁ କମ ଦରରେ ଦବ୍ୟ କିଣୁଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କ ପାଖରେ କୌଣସି ଆଇନ ନଥିବା କୁହାଯାଇଛି। ଫଳରେ ଚାଷୀ ନିଜ ବିରୁଦ୍ଧରେ ହେଉଥିବ ଅନ୍ୟାୟ ପାଇଁ ଆଇନଗତ ଲଢେଇ କରିପାରିବେନି ଓ ସବୁ ସଙ୍ଗଠନ ଭାଙ୍ଗିଯିବ ।

ସେପଟେ ପୂର୍ବରୁ ଆମେରିକା ଓ ୟୁରୋପୀୟ ଦେଶ ଗୁଡ଼ିକରେ ବିଫଳ ହୋଇଥିବା ଏହିପରି ଆଇନ ଭାରତରେ ବିଫଲ ହେବ ବୋଲି ଯୁକ୍ତି ବାଢିଛନ୍ତି ଚାଷୀ । ଉଭୟ ସଦନରେ ବହୁମତରେ ପାରିତ ହୋଇଥିବା କୃଷି ସଂଶୋଧନ ବିଲ୍ ଆଇନରେ ପରିଣତ ହେବାକୁ ଆଉ ମାତ୍ର କେଇଟି ଦିନ ବାକି । ସେପଟେ ସମଗ୍ର ଦେଶରେ ଏପରି ତୀବ୍ର ବିରୋଧାଭାସ ପରେ ସରକାର ପୁନର୍ବାର ସଂଶୋଧିନ କରୁଛନ୍ତି ନା ଉକ୍ତ ବିଲକୁ କାର୍ଯ୍ୟକ୍ଷମ କରିଛନ୍ତି ତାହା କେବେଳ ଦେଖିବାକୁ ବାକି ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ

Last Updated : Sep 23, 2020, 8:51 PM IST

ABOUT THE AUTHOR

...view details