ଓଡିଶା

odisha

ETV Bharat / state

ରେଢାଖୋଲ ବନଖଣ୍ଡ ଦ୍ବାରା ବଜ୍ରକାପ୍ତା ରାକେଟ ଠାବ, 7 ଗିରଫ

ସ୍ଥାନୀୟ ରେଢାଖୋଲ ବନ ବିଭାଗ ଦ୍ଵାରା ବଡ ଧରଣର ବଜ୍ରକାପ୍ତା ଚାଲାଣ ରାକେଟ ଠାବ । ବେଆଇନ ଭାବେ ବଜ୍ରକାପ୍ତା ଶିକାର କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରୁଥିବା 7 ଜଣ ପେଷାଦାର ଶିକାରୀ ଓ ବେପାରୀଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି । ଅଧିକ ପଢ଼ନ୍ତୁ...

By

Published : May 26, 2020, 10:15 PM IST

Updated : May 27, 2020, 1:01 PM IST

Pangoline racket caught by redhakhol forest department, pangoline, pangoline racket, sambalpu latest news, ରେଢାଖୋଲ ବନଖଣ୍ଡ ଜାଲରେ ବଜ୍ରକାପ୍ତା ରାକେଟ, ବଜ୍ରକାପ୍ତା, ବଜ୍ରକାପ୍ତା ରାକେଟ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌
ରେଢାଖୋଲ ବନଖଣ୍ଡ ଦ୍ବାରା ବଜ୍ରକାପ୍ତା ରାକେଟ ଠାବ, 7 ଗିରଫ

ସମ୍ବଲପୁର: ସ୍ଥାନୀୟ ରେଢାଖୋଲ ବନ ବିଭାଗ ଦ୍ଵାରା ବଡ ଧରଣର ବଜ୍ରକାପ୍ତା ଚାଲାଣ ରାକେଟ ଠାବ । ବେଆଇନ ଭାବେ ବଜ୍ରକାପ୍ତା ଶିକାର କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରୁଥିବା 7 ଜଣ ପେଷାଦାର ଶିକାରୀ ଓ ବେପାରୀଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି । ଏମାନଙ୍କଠାରୁ 2 କେଜି 600 ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଶୀଲ ସେଠୀ, ଲକ୍ଷ୍ମଣ ସେଠୀ, ଶ୍ରୀରାମ ଶବର, ଶିର ଶବର, ଖିଜୁ ଶବର, ଯଦୁମଣି ପାତ୍ର ଓ ନେପାଳ ସାହୁ ।

ରେଢାଖୋଲ ବନଖଣ୍ଡ ଦ୍ବାରା ବଜ୍ରକାପ୍ତା ରାକେଟ ଠାବ, 7 ଗିରଫ

ତେବେ ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ମଧ୍ୟ ଅଛନ୍ତି । ଅନ୍ୟପଟେ ଏହି ଘଟଣାରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ଲିଙ୍କ ଥିବା ବନ ବିଭାଗ କହିଛି ଓ ଏହାର ତଦନ୍ତ ଜାରି ରହିଛି ବୋଲି ଡିଏଫଓ କହିଛନ୍ତି । ଏହି ଘଟଣାର ଲିଙ୍କ ଦେବଗଡ, ଅନୁଗୋଳ ଓ କଟକ ଜିଲ୍ଲା ସହ ରହିଛି ଓ ଏହି ଶିକାରୀମାନେ ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ ବେପାର କରୁଥିବା କୁହାଯାଇଛି ।

ଏହି ରାକେଟକୁ ଧରିବା ପାଇଁ ଦୀର୍ଘ 3 ମାସ ହେଲା 6ଟି ରେଞ୍ଜର ବନ ବିଭାଗର ଟିମ ତଦନ୍ତ କରି ଆସୁଥିଲେ ବୋଲି ରେଢ଼ାଖୋଲ ଡିଏଫଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି ।

ରେଢାଖୋଲ ବନଖଣ୍ଡ ଦ୍ବାରା ବଜ୍ରକାପ୍ତା ରାକେଟ ଠାବ, 7 ଗିରଫ

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 27, 2020, 1:01 PM IST

ABOUT THE AUTHOR

...view details