ଓଡିଶା

odisha

ETV Bharat / state

କୃଷି ଆଇନ ବିରୋଧରେ ଚାଷୀଙ୍କ ରଣହୁଙ୍କାର

ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ ହୋଇଥିବା କୃଷିବିଲ ବିରୁଦ୍ଧରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଅଧିକ ପଢନ୍ତୁ...

କୃଷି ବିଲ ବିରୋଧରେ ସମ୍ବଲପୁରରେ କୃଷକଙ୍କ ରଣହୁଙ୍କାର
କୃଷି ବିଲ ବିରୋଧରେ ସମ୍ବଲପୁରରେ କୃଷକଙ୍କ ରଣହୁଙ୍କାର

By

Published : Oct 2, 2020, 10:27 PM IST

ସମ୍ବଲପୁର:କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଶୁକ୍ରବାର ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ ହୋଇଥିବା କୃଷି ବିଲ ବିରୁଦ୍ଧରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନ କରାଯାଇଛି।

କୃଷି ବିଲ ବିରୋଧରେ ସମ୍ବଲପୁରରେ କୃଷକଙ୍କ ରଣହୁଙ୍କାର
କୃଷି ଆଇନରେ ଥିବା ଠିକା ଚାଷ ବ୍ୟଵସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ, ଘରୋଇ ମଣ୍ଡି ବ୍ୟବସ୍ଥାକୁ ଚାଷୀ ବିରୋଧ କରିଛନ୍ତି । ଏହି ଆଇନ ଉଭୟ କୃଷକ ଓ ଖାଉଟି ବିରୋଧୀ ବୋଲି ଚାଷୀ ଏହାର ବିରୋଧ କରୁଛନ୍ତି। ଏଥିପାଇଁ ସ୍ୱାମୀନାଥନ କମିଶନ ସୁପାରିଶ କାର୍ଯ୍ୟକାରୀ, ସର୍ବନିମ୍ନ ସହାୟକ ମୂଲ୍ୟ କୁ ଆଇନଗତ ଅଧିକାର, ସଂଘୀୟ ବ୍ୟବସ୍ଥା ଉଲଂଘନ ବିରୋଧରେ ରାଜ୍ୟ ବିଜେଡି ସରକାର କୋର୍ଟର ଆଶ୍ରୟ ନେଉ ବୋଲି ସଂଗଠନ କହିଛି ।

ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜବୁତ ଓ ସଂଖ୍ୟା ବୃଦ୍ଧି ଆଦି ଦାବି ରଖିଛନ୍ତି ଚାଷୀ । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details