ଓଡିଶା

odisha

By

Published : Feb 13, 2023, 8:21 PM IST

ETV Bharat / state

ପୁଣି ହୃଦୟ ଜିତିଲେ ଟଙ୍କିକିଆ କ୍ଲିନିକ୍ ଡାକ୍ତର, ଗରିବ ରୋଗୀଙ୍କ ସେବାରେ ନିଜ କାରକୁ କଲେ ଉତ୍ସର୍ଗ

ପୁଣି ଚର୍ଚ୍ଚାରେ ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲର ଡାକ୍ତର ଶଙ୍କର ରାମଚନ୍ଦାନୀ । ଟଙ୍କିଆ କ୍ଲିନିକକୁ 2ବର୍ଷ ପୂର୍ତ୍ତି ଅବସରରେ ଗରିବ ଶ୍ରେଣୀର ଲୋକଙ୍କ ଯିବା ଆସିବା ପାଇଁ ସେ ନିଜ କାରକୁ ଉତ୍ସର୍ଗ କରିଛନ୍ତି । ଅଧିକ ପଢନ୍ତୁ

ଗରିବ ରୋଗୀଙ୍କ ପାଇଁ କାର କୁ ଉତ୍ସର୍ଗ କଲେ ଟଙ୍କିଆ କ୍ଲିନିକର ଡାକ୍ତର
ଗରିବ ରୋଗୀଙ୍କ ପାଇଁ କାର କୁ ଉତ୍ସର୍ଗ କଲେ ଟଙ୍କିଆ କ୍ଲିନିକର ଡାକ୍ତର

ଗରିବ ରୋଗୀଙ୍କ ପାଇଁ କାର କୁ ଉତ୍ସର୍ଗ କଲେ ଟଙ୍କିଆ କ୍ଲିନିକର ଡାକ୍ତର

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲର ଡାକ୍ତର ତଥା ସମାଜସେବୀ ଶଙ୍କର ରାମଚନ୍ଦାନୀଙ୍କୁ କିଏ ବା ନଜାଣେ । ଭୀମସାର ମେଡ଼ିକାଲରେ ଯଦି କୌଣସି ଅସୁବିଧା ହୁଏ ତାହେଲେ ଡାକ୍ତର ରାମଚନ୍ଦାନୀଙ୍କୁ ଖୋଜାଯାଏ । ଯେ କୌଣସି ପ୍ରକାରେ ସେ ସମସ୍ତ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରନ୍ତି । ଦୁଇ ବର୍ଷ ତଳେ ସେ ବୁର୍ଲା ସ୍ଥିତ ନିଜ ଭଡା ଘରେ ଟଙ୍କିଆ କ୍ଲିନିକ ଖୋଲିଥିଲେ । ଏହି କ୍ଲିନିକ ରେ ଡାକ୍ତରଙ୍କ ଫିସ ମାତ୍ର 1 ଟଙ୍କା । ରୋଗୀ ଙ୍କୁ ଔଷଧ ମଧ୍ୟ ମାଗଣା ଦିଆଯାଏ। କିଛି ଦିନ ତଳେ ସେ କେନ୍ଦ୍ରାପଡା ଠାରେ ମଧ୍ୟ ଏକ ଟଙ୍କିଆ କ୍ଲିନିକ ଖୋଲିଛନ୍ତି।

ଗରିବ ରୋଗୀଙ୍କ ପାଇଁ କାର କୁ ଉତ୍ସର୍ଗ କଲେ ଟଙ୍କିଆ କ୍ଲିନିକର ଡାକ୍ତର

ଏଥିରେ ତାଙ୍କୁ ତାଙ୍କର ସହଯୋଗୀ ଡାକ୍ତର ମାନେ ମଧ୍ୟ ସହଯୋଗ କରୁଛନ୍ତି । ତେବେ ବର୍ତ୍ତମାନ ମୁଖ୍ୟତଃ ଗରିବ ଶ୍ରେଣୀର ଲୋକଙ୍କ ଯିବା ଆସିବା ପାଇଁ ସେ ନିଜର କାର କୁ ଉତ୍ସର୍ଗ କରିଛନ୍ତି । ସେଥିପାଇଁ ସେ ନିଜ କାର ରେ ଲେଖିଛନ୍ତି ଯେ ମୁଁ ଜଣେ ଡାକ୍ତର, ଆବଶ୍ୟକ ପଡ଼ିଲେ ମୋତେ ଅଟକାଇ ପାରିବେ। କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି କିଛି ସହପାଠୀ ଡାକ୍ତର। ଡାକ୍ତରଙ୍କ ଏହି ପଦକ୍ଷେପ ପାଇଁ ଏବେ ତାଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟୁଛି ।

ଗରିବ ରୋଗୀଙ୍କ ପାଇଁ କାର କୁ ଉତ୍ସର୍ଗ କଲେ ଟଙ୍କିଆ କ୍ଲିନିକର ଡାକ୍ତର
ଟଙ୍କିଆ କ୍ଲିନିକ କୁ ଦୁଇ ବର୍ଷ ପୂର୍ତ୍ତି ଅବସର ରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ପୂଜାର୍ଚ୍ଚନା ଓ କେକ କାଟିଲା ପରେ ଡାକ୍ତର ନିଜ କାରକୁ ରୋଗୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଯେ କୌଣସି ଗରିବ ରୋଗୀ ଯଦି ଆବଶ୍ୟକ ପଡ଼ିଲେ ଡାକ୍ତର ଙ୍କୁ ଫୋନ ଯୋଗେ ଯୋଗା ଯୋଗ କଲେ କାର ତାଙ୍କ ପାଖକୁ ପଠେଇ ଦିଆଯିବ ବୋଲି କହିଛନ୍ତି ଡାକ୍ତର ଶଙ୍କର ରାମ ଚନ୍ଦାନୀ। ଏହି କାର୍ଯ୍ୟରେ ତାଙ୍କୁ କେତେକ ବଦାନ୍ୟ ବ୍ୟକ୍ତି ଓ ସହଯୋଗୀ ଡାକ୍ତର ସହଯୋଗ ର ହାତ ବଢ଼େଇଛନ୍ତି ବୋଲି କହିଛନ୍ତି ଡାକ୍ତର ରାମଚନ୍ଦାନୀ। ପୂର୍ବରୁ ଭୀମସାର ମେଡ଼ିକାଲ ରେ MRI ମେସିନ ସ୍ଥାପନ ଓ ପାରାକୁଏଟ କୀଟ ନାଶକ ବିରୁଦ୍ଧରେ ଅଭିଯାନ କରି ଚର୍ଚ୍ଚା ସାଉଁଟି ଜନପ୍ରିୟ ହୋଇ ପାରିଛନ୍ତି।



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details