ସମ୍ବଲପୁର: ସମ୍ବଲପୁରରେ ସୋମବାର ଚିହ୍ନଟ ହୋଇଛନ୍ତି ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲ୍ଲାରେ ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।
ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ ମହିଳା । ସେ ଗତ 3 ତାରିଖରେ କୋଲକାତାରୁ ଫେରି ସମ୍ବଲପୁରର ମାନେଶ୍ବର ବ୍ଲକର ତବଲାସ୍ଥିତ ସରକାରୀ ସଙ୍ଘରୋଧ କେନ୍ଦ୍ରରେ ରହି ଆସୁଥିଲେ । ତେବେ ସେ ପଜିଟିଭ ଚିହ୍ନଟ ହେବା ପରେ ସୋମବାର ତାଙ୍କୁ ସରକାରୀ କୋଭିଡ ହସ୍ପିଟାଲକୁ ପଠାଯାଇଛି ।