ସମ୍ବଲପୁର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏପରି ଘଟଣା ଘଟିଛି ରେଢ଼ାଖୋଲ ବନଖଣ୍ଡ ଲୁହାପଙ୍କ ସେକ୍ସନ ଗାଡୁମୁଣ୍ଡା ଗାଁର କେନ୍ଦୁପତ୍ର ଫଢିରେ।
ସୂଚନା ଅନୁସାରେ, ରେଢ଼ାଖୋଲ ବନଖଣ୍ଡ ଲୁହାପଙ୍କ ସେକ୍ସନ ଗାଡୁମୁଣ୍ଡା ଗାଁର ପତ୍ରଫଢିରେ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ରହି ପତ୍ର ବନ୍ଧେଇ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ସମସ୍ତ ଶ୍ରମିକ ଶୋଇଥିବା ଅବସ୍ଥାରେ ଗୋଟିଏ ଦନ୍ତାହାତୀ ଆସି ଆକ୍ରମଣ କରିଥିଲା। ଶ୍ରମିକ ବିମ୍ବାଧର ମହାକୁଡ଼ ( ୫୫)କୁ ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ବିମ୍ବାଧର ଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଶ୍ରମିକ ବିନାୟକ ଦେହୁରୀ , ପବିତ୍ର ଦେହୁରୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତୀ ହୋଇଥିଲେ । ପରେ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା।