ଓଡିଶା

odisha

ETV Bharat / state

ହିଣ୍ଡାଲକୋ କାରଖାନାରେ ଅଘଟଣ: ସୁରକ୍ଷା ବ୍ୟବସ୍ଥା ନଥିବାରୁ ଶ୍ରମିକଙ୍କ ମୃତ୍ୟୁ - labour death

ସମ୍ବଲପୁର ହୀରାକୁଦର ହିଣ୍ଡାଲକୋ କାରଖାନାରେ ଜଣେ ଠିକା ଶ୍ରମିକ ମୃତ୍ୟୁ ହୋଇଛି । କାରଖାନାରେ ଉପଯୁକ୍ତ ସେଫଟି ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

By

Published : Oct 11, 2019, 5:03 PM IST

ସମ୍ବଲପୁର: ହିଣ୍ଡାଲକୋ କାରଖାନା ଭିତରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ସମ୍ବଲପୁର ହୀରାକୁଦର ହିଣ୍ଡାଲକୋ କାରଖାନାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । କାରଖାନାରେ ଉପଯୁକ୍ତ ସେଫଟି ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଏନେଇ ହୀରାକୁଦ ଥାନାରେ କୌଣସି ରିପୋର୍ଟ ହୋଇ ନଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ମୃତ ଶ୍ରମିକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର କୁଦିଆରୀ ଗାଁର ଦୀନବନ୍ଧୁ ସାମନ୍ତରାୟଙ୍କ ପୁଅ ପଦ୍ମଚରଣ ସାମନ୍ତରାୟ । ହିଣ୍ଡାଲକୋ କାରଖାନା ଭିତରେ ଥିବା 4ନମ୍ବର ପାର୍ଥ ନିକଟରେ ଏକ ପୁରୁଣା ମେସିନକୁ ହାଇଦ୍ରାରେ ନିଆଯାଉ ଥିବାବେଳେ ଏଥିରେ ସହାୟକ ଭାବେ ପଦ୍ମଚରଣ ଯାଉଥିଲେ ।

ହେଲେ ହଠାତ ମେସିନଟି ବୁଲି ପଡି ପଦ୍ମଚରଣଙ୍କୁ କାନ୍ଥରେ ଚାପି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପଦ୍ମଚରଣଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଭାରି ମେସିନ ନେବା ପାଇଁ ଆବଶ୍ୟକ ସେଫଟି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଏମିତି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବୁର୍ଲାରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details