ଓଡିଶା

odisha

By

Published : Nov 11, 2022, 10:05 AM IST

Updated : Nov 11, 2022, 10:47 AM IST

ETV Bharat / state

ସମ୍ବଲପୁରରେ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୬ ଗୁରୁତର

ସମ୍ବଲପୁରରେ ସଡକ ଦୁର୍ଘଟଣା । ବସ୍ ସହ ଟ୍ରକ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୬ ଜଣ ଗୁରୁତର । ଅଧିକ ପଢନ୍ତୁ

ସମ୍ବଲପୁରରେ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୬ ଗୁରୁତର
ସମ୍ବଲପୁରରେ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୬ ଗୁରୁତର

ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା(Sambalpur Road Accident) ଘଟିଛି । ଯାତ୍ରୀବାହୀ ବସ୍‌ ସହ ଟ୍ରକ ଧକ୍କା ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ସମ୍ବଲପୁର ଠେଲକୋଲି ଥାନା ଖିଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଛି ।

ସମ୍ବଲପୁରରେ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୬ ଗୁରୁତର

ଏହାମଧ୍ୟ ପଢନ୍ତୁ: ସେଲ୍‌ଫି ହେଲା କାଳ, ଜଳପ୍ରପାତରେ ଗୋଡ ଖସି ଯୁବକ ନିଖୋଜ

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ବସ୍‌ଟି ଯାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ଖିଣ୍ଡା ଛକରେ ଏକ ଟ୍ରକ ବସ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ ହୋଇଥିବାବେଳେ, ୬ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଛୋଟ ଛୁଆ ରହିଥିବା ସୂଚନା ମିଳିଛି । ଖବର ପାଇ ଠେଲାକୋଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେମାନଙ୍କ ମଧ୍ୟରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣକୁ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 11, 2022, 10:47 AM IST

ABOUT THE AUTHOR

...view details