ଓଡିଶା

odisha

By

Published : May 26, 2022, 7:52 PM IST

ETV Bharat / state

ସମ୍ବଲପୁରରେ ଚାଞ୍ଚଲ୍ୟ, ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବର୍ଷ ୨୦୨୦ ଲକଡାଉନ ସମୟରେ ଜଣେ ନାବାଳିକା ଛାତ୍ରୀ ରାତି ପ୍ରାୟ ୮.୦୦ଟା ସମୟରେ ଟ୍ୟୁସନରୁ ଫେରୁଥିବା ସମୟରେ ସେହି ଅଞ୍ଚଳର ଦୁଇ ଜଣ ଯୁବକ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ । ଅଧିକ ପଢନ୍ତୁ

ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ, ଜଣେ ଗିରଫ
ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ, ଜଣେ ଗିରଫ

ସମ୍ବଲପୁର: ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରିଦେବା ଧମକ ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏପରି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଜଣେ ନାବାଳିକାଙ୍କୁ ଏକ ବର୍ଷରୁ ଅଧିକ ହେବ ବାରମ୍ବାର ଦୁଷ୍କର୍ମ ଖବର ସମସ୍ତଙ୍କୁ ଚକିତ କରିଛି । ଏଭଳି ନାରକୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ । ବର୍ଷ ୨୦୨୦ ଲକଡାଉନ ସମୟରେ ଜଣେ ନାବାଳିକା ଛାତ୍ରୀ ରାତି ପ୍ରାୟ ୮.୦୦ଟା ସମୟରେ ଟ୍ୟୁସନରୁ ଫେରୁଥିବା ସମୟରେ ସେହି ଅଞ୍ଚଳର ଦୁଇ ଜଣ ଯୁବକ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ ।

ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ, ଜଣେ ଗିରଫ

ନାବାଳିକା ଜଣକ ଏନେଇ ଭୟରେ କାହାକୁ କିଛି କହିନଥିଲେ । ସେପଟେ ମଝିରେ ମଝିରେ ଦୁଷ୍କର୍ମର ଭିଡିଓ ଭାଇରାଲ କରିବା ଧମକ ଦେଇ ଅଭିଯୁକ୍ତମାନେ ନାବାଳିକାଙ୍କୁ ଡକାଇ ବାରମ୍ବାର ଦୁଷ୍କର୍ମ କରିଚାଲିଥିବା ଅଭିଯୋଗ ହୋଇଛି । ଭିଡିଓ ଭାଇରାଲ ହେଲେ ନିନ୍ଦା, ଅପବାଦ ଭୟରେ ଯେତେବେଳେ ଅଭିଯୁକ୍ତମାନେ ଡାକନ୍ତି ନାବାଳିକା ଜଣଙ୍କ ଆସିବାକୁ ବାଧ୍ୟ ହେଉଥିବା ସ୍ବୀକାର କରିଛନ୍ତି । ଏନେଇ ପୀଡିତାଙ୍କ ସାଙ୍ଗମାନଙ୍କଠାରୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜାଣିବା ପରେ ନାବାଳିକା ସହିତ ତାଙ୍କ ବାପା-ମାଆଙ୍କୁ ବିଦ୍ୟାଳୟକୁ ଡକାଇ ସବୁକଥା ପଚାରି ବୁଝିଥିଲେ ।

ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ସହ ଦୁଷ୍କର୍ମର ଭିଡିଓ ଭାଇରାଲ କରିଦେବାକୁ ସେମାନେ ଧମକ ଦେଇଥିବା ଛାତ୍ରୀ ଜଣକ ସ୍ୱୀକାର କରିଛନ୍ତି । ଏହି ଘଟଣା ଜାଣିବା ପରେ ନାବାଳିକାଙ୍କ ବାପା କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ବୟାନକୁ ଆଧାର କରି ପୋଲିସ ଘଟଣାରେ ସମ୍ପୃକ୍ତ ବାଦଲ ମିଞ୍ଜ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । POCSO ଆଇନ ଆଧାରରେ ଗିରଫ ପରେ ପୋଲିସ ବାଦଲକୁ କୋର୍ଟ ଚାଲାଣ କରିଛି । ତେବେ ପୀଡିତାଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details