ଓଡିଶା

odisha

ETV Bharat / state

ପୁଣିଥରେ ମାନବିକତା ଦଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନୀ, ଏଡସ୍ ପୀଡିତଙ୍କୁ ଦେଲେ 50 ହଜାର

ପୁଣିଥରେ ମାନବିକତା ଦେଖାଇଛନ୍ତି ବୁର୍ଲା ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ । ଜଣେ ପରୋପକାରୀ ଡାକ୍ତର ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ ଆଜି ଜଣେ ଏଡ୍‌ସ ପୀଡିତ ଅନାଥ ନାବାଳକଙ୍କୁ ଆର୍ଥିକ ସହାୟତା ଦେଇ ପୁଣିଥରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

-ramachandran-
ପୁଣିଥରେ ମାନବିକତା

By

Published : Dec 1, 2019, 2:57 AM IST

ସମ୍ବଲପୁର: ଆଜି ସାରା ବିଶ୍ବ ପାଳୁଛି ‘ବିଶ୍ବ ଏଡସ ଦିବସ’ ଏଚଆଇଭି ଏଡ୍‌ସକୁ ନିୟନ୍ତ୍ରଣ ଓ ନିରାକରଣ କରିବା ଏହି ଦିବସର ଉଦ୍ଦେଶ୍ୟ । 31 ବର୍ଷ ଧରି ଏହି ଦିବସ ପାଳିତ ହେଉଥିଲେ ମଧ୍ୟ ମିଳିନି ବିଶେଷ ସଫଳତା । ତେବେ ବିଜ୍ଞାନ ଯେତେ ଅଗ୍ରଗତି ହେଲେ ମଧ୍ୟ ଏଡସ ରୋଗୀଙ୍କ ପ୍ରତି ଲୋକଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ବଦଲି ନାହିଁ । ଗୋଟିଏ ଦିନ ଏଚଆଇଭି ଏଡ୍‌ସ ପାଳନ କରି ଆମେ ବସିଯାଉଛୁ । କେବେ ଚିନ୍ତା କରୁନାହୁଁ ଅବଶିଷ୍ଟ 364 ଦିନ ଏଡ୍‌ସ ଆକ୍ରନ୍ତ ବଞ୍ଚୁଥିବେ କେମିତି? ହେଲେ ଏହି କ୍ଷେତ୍ରରେ ନିଜ ମାନବିକତା ପୁଣିଥରେ ଦେଖାଇଛନ୍ତି ବୁର୍ଲା ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ । ଜଣେ ପରୋପକାରୀ ଡାକ୍ତର ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ ଆଜି ଜଣେ ଏଡ୍‌ସ ପୀଡିତ ଅନାଥ ନାବାଳକଙ୍କୁ ଆର୍ଥିକ ସହାୟତା ଦେଇ ପୁଣିଥରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ସୂଚନା ଅନୁସାରେ ସମ୍ବଲପୁର ଯୁଯୁମୁରା ଅଞ୍ଚଳର ଏକ ଦମ୍ପତି ଏଡ୍‌ସରେ ଆକ୍ରାନ୍ତ ହୋଇ 2013ଓ 2014 ମସିହାରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ଥିବାବେଳେ ସେ ମଧ୍ୟ ଏହି ଦୁରାରୋଗ୍ୟରେ ଆକ୍ରନ୍ତ । ବାପା ମା ଛେଉଣ୍ଡ ଏହି ନାବାଳକଟି ଏବେ ଚିକିତ୍ସତ ହେଉଛନ୍ତି ବୁର୍ଲା ଡାକ୍ତରଖାନାରେ । ଡାକ୍ତରଙ୍କ ମତରେ ସେ ବର୍ତ୍ତମାନ ସୁସ୍ଥ ଥିଲେ ମଧ୍ୟ ଜୀବନ ଜିଇଁବା ଏକ ପ୍ରକାର କଷ୍ଟକର ହୋଇପଡିଛି । କାରଣ ଆବଶ୍ୟକ ଚିକିତ୍ସା ସହ ଖାଦ୍ୟପେୟ ପାଇଁ ଅର୍ଥ ହିଁ ସମସ୍ୟା ପାଲଟିଛି । ଫଳରେ ଉକ୍ତ ଆକ୍ରାନ୍ତର ଉଚ୍ଚିଚ ଚିକିତ୍ସା ସହ ଭବିଷ୍ୟତ ପାଇଁ ନାବାଳକଙ୍କୁ ଡାକ୍ତର ରାମ ଚନ୍ଦାନୀ 50 ହଜାର ଟଙ୍କା ଦାନ କରିଛନ୍ତି । ଆଜି ଚିକିତ୍ସା ପାଇଁ ସମ୍ବଲପୁର ବୁର୍ଲା ଏଆରଟି ସେଣ୍ଟର କୁ ଆସିଥିବା ବେଳେ ଏହି ଅର୍ଥ ପ୍ରଦାନ କରିଛନ୍ତି ।

ନିକଟରେ ଡାକ୍ତର ରାମଚନ୍ଦାନୀ ଦୁଇଟି ଶିଶୁ କନ୍ୟାଙ୍କ ବାପା ହୋଇଛନ୍ତି । ଏହି ଅର୍ଥରେ ସେ ନବଜାତ ଶିଶୁ କନ୍ୟାଙ୍କ ନାମକରଣ ଉତ୍ସବ ଆୟୋଜନ କରିଥାନ୍ତେ । କିନ୍ତୁ ସବୁବେଳେ ନିରୀହ, ନିଷ୍ପେଶିତ, ଅନାଥ, ଅବହେଳିତଙ୍କ ପାଇଁ ଉତ୍ସର୍ଗୀକୃତ ସେବା କରୁଥିବା ରାମଚନ୍ଦାନୀ ଏହି ନାବାଳକର ସୁସ୍ଥ ଜୀବନ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ।

ଖାଲି ପ୍ରଥମ ଥର ପାଇଁ ଡାକ୍ତର ରାମଚନ୍ଦାନୀ ଏହା କରିଛନ୍ତି ତାହା ନୁହେଁ ସେ କେତେବେଳେ ରୋଗୀଙ୍କୁ ରାସ୍ତା ପାର କରାଇ ଚିକିତ୍ସା କରିଛନ୍ତି , ତ କେତେବେଳେ କୁଷ୍ଠରୋଗୀଙ୍କ ପାଖକୁ ଯାଇ ତାଙ୍କ ସେବା କରିଛନ୍ତି । ପୁଣି କେତେବେଳେ ରୋଗୀଙ୍କୁ ମାଗଣା ଆମ୍ବୁଲାନ୍ସ ଯୋଗାଇଥାନ୍ତି । ପୁଣି କେବେ ଭିମସାରର ଉନ୍ନତି ପାଇଁ ନିଜ ସ୍ବର ଉତ୍ତୋଳନ କରୁଛନ୍ତି । ତାଙ୍କର ଏହି ସେବା ପାଇଁ ସେ ସାରା ଓଡିଶାରେ ବେଶ ପରିଚିତ । ଏଥିୁପାଇଁ ତାଙ୍କୁ ଅନେକ ସ୍ଥାନରୁ ମିଳୁଛି ଅନେକ ସମ୍ମାନ । ସେଥିପାଇଁତ ସେ ରୋଗୀଙ୍କ ଭଗବାନ ବୋଲି ପଶ୍ଚିମ ଓଡିଶାରେ ତାଙ୍କୁ ସମସ୍ତେ ମାନନ୍ତି ।


ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details