ଓଡିଶା

odisha

Ollywood Controversy: ସମ୍ବଲପୁରୀ କମେଡିଆନ ଯୋଗେଶ ଜୋଜୋଙ୍କ ବଡ ଘୋଷଣା

ଗତକାଲି(ସୋମବାର) ପ୍ରସିଦ୍ଧ କମେଡିଆନ ତଥା ହାସ୍ୟ ଅଭିନେତା ଯୋଗେଶ ଜୋଜୋ ନିଜ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଆସି କହିଛନ୍ତି, ‘‘ମନୋଜ ମିଶ୍ର ବିବାଦ ନସାରିବା ଯାଏଁ ପଶ୍ଚିମ ଓଡିଶାର କୌଣସି କଳାକାର ଓଲିଉଡରେ କାମ କରିପାରିବେ ନାହିଁ ବୋଲି ଅଭିନେତା/ନିର୍ଦ୍ଦେଶକ ଜିତୁ ରାଉତ ଯେଉଁ ପୋଷ୍ଟ କରିଛନ୍ତି, ତାହାକୁ ଓଲିଉଡର କୌଣସି ବରିଷ୍ଠ କଳାକାର ସମର୍ଥନ କରି ନାହାନ୍ତି କି ବିରୋଧ କରିନାହାଁନ୍ତି l" ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 31, 2023, 10:20 PM IST

Published : Oct 31, 2023, 10:20 PM IST

Ollywood controversy: ସମ୍ବଲପୁରୀ କମେଡିଆନ ଯୋଗେଶ ଜୋଜୋଙ୍କ ବଡ ଘୋଷଣା
Ollywood controversy: ସମ୍ବଲପୁରୀ କମେଡିଆନ ଯୋଗେଶ ଜୋଜୋଙ୍କ ବଡ ଘୋଷଣା

Ollywood controversy: ସମ୍ବଲପୁରୀ କମେଡିଆନ ଯୋଗେଶ ଜୋଜୋଙ୍କ ବଡ ଘୋଷଣା

ସମ୍ବଲପୁର: ଭିନ୍ନ ମୋଡରେ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଘଟଣା । ମନୋଜଙ୍କ ପ୍ରତି ବଢୁଛି ସମର୍ଥନ । ଜଟିଳ ହେବାରେ ଲାଗିଛି ବିବାଦ । ଓଲିଉଡର ଏହି କଳି ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ଚର୍ଚ୍ଚିତ ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ । ଖାଲି ଏଣ୍ଟ୍ରି ମାରିନାହାଁନ୍ତି ସିଧା ସଳଖ ଜିତୁ ରାଉତଙ୍କ ଏକ ନିର୍ଦ୍ଦିଷ୍ଟ ପୋଷ୍ଟ ଉପରେ ଆପତ୍ତି ଉଠାଇବା ସହିତ କଡା ସମାଲୋଚନା କରିଛନ୍ତି । ଏହା ସହିତ ମନୋଜ ମିଶ୍ରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ଏଣିକି ଆଉ କୌଣସି ଓଡିଆ ଫିଲ୍ମରେ ଅଭିନୟ କରିବେ ନାହିଁ ବୋଲି ବଡ ଘୋଷଣା କରିଛନ୍ତି । ଜୋଜୋଙ୍କ ଏହି ଘୋଷଣା ପରେ ଏବେ ଏହି ଘଟଣା ଆହୁରି ଲମ୍ବିତ ହୋଇପାରେ ବୋଲି ଆଶଙ୍କା ବଢିଛି ।

ଅଧିକ ପଢନ୍ତୁ- Manoj Mishra Ban Controversy: ମନୋଜଙ୍କ ସପକ୍ଷରେ ବାହାରିଲେ ରେଙ୍ଗାଲି ବିଧାୟକ

ଗତକାଲି(ସୋମବାର) ପ୍ରସିଦ୍ଧ କମେଡିଆନ ତଥା ହାସ୍ୟ ଅଭିନେତା ଯୋଗେଶ ଜୋଜୋ ନିଜ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଆସି କହିଛନ୍ତି, ‘‘ମନୋଜ ମିଶ୍ର ବିବାଦ ନସାରିବା ଯାଏଁ ପଶ୍ଚିମ ଓଡିଶାର କୌଣସି କଳାକାର ଓଲିଉଡରେ କାମ କରିପାରିବେ ନାହିଁ ବୋଲି ଅଭିନେତା/ନିର୍ଦ୍ଦେଶକ ଜିତୁ ରାଉତ ଯେଉଁ ପୋଷ୍ଟ କରିଛନ୍ତି, ତାହାକୁ ଓଲିଉଡର କୌଣସି ବରିଷ୍ଠ କଳାକାର ସମର୍ଥନ କରି ନାହାନ୍ତି କି ବିରୋଧ କରିନାହାଁନ୍ତି l ଏହା କଣ ସୂଚାଉଛି ? ଜିତୁ ରାଉତ ଯଦି ଏହା କହୁଛନ୍ତି ତେବେ ପଶ୍ଚିମାଞ୍ଚଳର ସଂଗୀତକାର ଅଭିଜିତ ମଜୁମଦାର, ନିର୍ମଳ ନାୟକ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ଅଭିନେତା ରତନ ମେହେର, ପୃଥ୍ବୀରାଜ ଆଗକୁ ଓଲିଉଡରେ କାମ କରିବେ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଯୋଗେଶ ଜୋଜୋ ?"

ଯଦି କିଛିଦିନ ପୂର୍ବରୁ ଓଲିଉଡର କିଛି ଲୋକ ପଶ୍ଚିମ ଓଡିଶାର କଳାକାର କେବଳ ପଶ୍ଚିମ ଓଡିଶାରେ ନିଜର କଳା ପରିବେଷଣ କରନ୍ତୁ ବୋଲି କହିଥିଲେ ତେବେ ପୂର୍ବ ଓଡିଶା ପଶ୍ଚିମ ଓଡିଶା ଦୁଇ ଭାଗ ହୋଇଯିବ ବୋଲି କହିଦେଲେ ସେମାନଙ୍କ କଣ ଅସୁବିଧା ହୋଇଯାଉଛି ବୋଲି ମଧ୍ୟ ଯୋଗେଶ ପ୍ରଶ୍ନ ଉଠାଇଛନ୍ତି ? ଏହାସହ ଏହି ଭିଡିଓରେ ସେ ସମ୍ବଲପୁରୀ ଯୁବ ଗାୟକ ମଣ୍ଟୁ ଛୁରିଆଙ୍କୁ ମଧ୍ୟ ଆକ୍ଷେପ କରି ଏହି ବିବାଦ ନସରିବା ପର୍ଯ୍ୟନ୍ତ କୌଣସି ଓଡିଆ ଗୀତ ନଗାଇବାକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ସେ ମଣ୍ଟୁ ଛୁରିଆଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ କହିବା ସହ ପୂର୍ବ ଓଡ଼ିଶାର ଫିଲ୍ମରେ କାମ ନକଲେ ଆମେ ଭୋକରେ ମରି ଯିବାନି ବୋଲି କହିଛନ୍ତି l ଯେତେ ବେଳେ ପଶ୍ଚିମ ଓଡ଼ିଶାରେ ସମ୍ବଳପୁରୀ ଆଲବମ ଇଣ୍ଡଷ୍ଟ୍ରି ଶୀର୍ଷରେ ଥିଲା ସେତେ ବେଳେ ଅନୁଭବ ମହାନ୍ତି ସମ୍ବଲପୁର ଆସି ସମ୍ବଲପୁରୀ ଆଲବମରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ l ଆଜି ସେହି ସମ୍ବଲପୁରୀ ଭାଷା ସାହିତ୍ୟକୁ ଆକ୍ଷେପ କରିବା ସହିତ ପଶ୍ଚିମ ଓଡିଶା କାଳକାରଙ୍କୁ ଅସମ୍ମାନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୋଜୋ । ଏହାସହ ନିର୍ଦ୍ଦିଷ୍ଟ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଓଲିଉଡ ଇଣ୍ଡିଷ୍ଟ୍ରି କାହାର ପୈତୃକ ସମ୍ପତ୍ତି ନୁହେଁ ବୋଲି କହି ଆକ୍ଷେପ କରିଛନ୍ତି ।

ଏହାସହ ସେ ନିଜେ ମଧ୍ୟ ଆଉ କୌଣସି ଓଡିଆ ଫିଲ୍ମରେ ଆଉ କାମ କରିବେ ନାହିଁ। ପଶ୍ଚିମ ଓଡିଶାରେ ଏକ ଇଣ୍ଡଷ୍ଟ୍ରି ମିଳିମିଶି କରାଯିବ ଓ କେବଳ ସମ୍ବଲପୁରୀରେ ଫିଲ୍ମ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ତେବେ ଏହି ବିବାଦ ଓ ଜୋଜୋଙ୍କ ଘୋଷଣା ଆଗକୁ କେଉଁ ସ୍ତରରେ ପହଞ୍ଚୁଛି ଏବେ ତାରି ଉପରେ ନଜର ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details