ଓଡିଶା

odisha

ETV Bharat / state

ଅଜଣା ମୃତଦେହକୁ ମିଳିଲା ମର୍ଯ୍ୟାଦା, ଅନ୍ତିମ ସଂସ୍କାର କଲେ ସ୍ଥାନୀୟ ଯୁବକ - ସମ୍ବଲପୁର ନ୍ୟୁଜ

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଚାରପାଲି ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ମୃତଦେହକୁ ରିକ୍ସାରେ ବୁହା ହୋଇ ଅନ୍ତିମ ସଂସ୍କାର କରାଯାଇଛି । ଅଧିକ ପଢନ୍ତୁ...

ରିକ୍ସାରେ ବୁହା ହେଲା ମୃତଦେହ
ରିକ୍ସାରେ ବୁହା ହେଲା ମୃତଦେହ

By

Published : Apr 23, 2021, 4:59 PM IST

ସମ୍ବଲପୁର: ମୃତ୍ୟୁ ପରେ ମିଳିଲା ନାହିଁ ଚାରି କାନ୍ଧ। ଅଲୋଡ଼ା ହୋଇଗଲା ମରଶରୀର। ଶେଷରେ ମାଲବୁହା ରିକ୍ସାରେ ବୁହା ହେଲା ମୃତଦେହ। ଏପରି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଚାରପାଲି ଅଞ୍ଚଳରେ।

ରିକ୍ସାରେ ବୁହା ହେଲା ମୃତଦେହ

ଠେଲା ଗାଡିରେ ମୃତଦେହ ବୁହା ହୋଇ ନିଆଯାଉଥିବା ଦେଖିବାକୁ ମିଳିଛି। ଚାର ପାଲି ଗାଁର ଜଣେ ଗରିବ ମହିଳା ବୃଦ୍ଧବସ୍ଥା ଯୋଗୁ ମୃତ୍ୟୁ ବରଣ କରିବା ପରେ ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ କିଛି ସ୍ଥାନୀୟ ଯୁବକ ମୃତ ମହିଳାଙ୍କୁ ଏକ ମାଲବୁହା ରିକ୍ସାରେ ନଦୀ ପଠାକୁ ନେଇ ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଅତ୍ୟନ୍ତ ଗରିବ ଥିବାବେଳେ ତାଙ୍କର ଏକମାତ୍ର ଝିଅଟିଏ ଅଛି। ଏଭଳି ସ୍ଥିତିରେ ସ୍ଥାନୀୟ କେତେକ ଯୁବକ ମାଲବୁହା ରିକ୍ସାରେ ନେଇ ଅନ୍ତିମ ସଂସ୍କାର କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details