ଓଡିଶା

odisha

ETV Bharat / state

ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ OJUର ଦାବି

ଚଳିତ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ ଏହାର ପ୍ରତିବାଦ କରିଛି ଓଡିଶା ସାମ୍ବାଦିକ ସଂଘ (OJU) । ଅଧିକ ପଢନ୍ତୁ

By

Published : Feb 21, 2022, 7:59 PM IST

ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ OJUର ଦାବି
ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ OJUର ଦାବି

ସମ୍ବଲପୁର: ଚଳିତ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ ଏହାର ପ୍ରତିବାଦ କରିଛି ଓଡିଶା ସାମ୍ବାଦିକ ସଂଘ । ଆଜି(ସୋମବାର) OJUର ସମ୍ବଲପୁର ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ଏହିଭଳି ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ OJUର ଦାବି
ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ୪ ଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଜଣେ ସାମ୍ବାଦିକଙ୍କୁ ଅପହରଣ ଘଟଣା ନେଇ ଓଡିଶା ସାମ୍ବାଦିକ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଗତ ୧୭, ୧୮ ତାରିଖରେ ବଲାଙ୍ଗୀର ଜିଲ୍ଲାରର ସାଇଁତଲା ବ୍ଲକର ଭୁସକିମାଲ, କଟକ ଜିଲ୍ଲାର ସଦର ଅଞ୍ଚଳ, ଚାନ୍ଦବାଲି, ପୁରୀ ଜିଲ୍ଲା କଣାସ ଓ ପିପିଲି ପରି ରାଜ୍ୟର ଅନେକ ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ନେଇ OJU ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି OJU । ଏହାସହ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି ।ଓଡିଶା ସାମ୍ବାଦିକ ସଙ୍ଘ ବା OJU ପକ୍ଷରୁ ସମ୍ବଲପୁର ଜିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର ଓ ସାଧାରଣ ସମ୍ପାଦକ ସରୋଜ ସାହୁଙ୍କ ନେତୃତ୍ୱରେ ଏକ ଟିମ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details