ଓଡିଶା

odisha

ETV Bharat / state

ଶାସନ କେନାଲରେ ବରଯାତ୍ରୀ ଗାଡି ଦୁର୍ଘଟଣା, ତଦନ୍ତ ଆରମ୍ଭ କଲା ଓଡିଶା ରୋଡ଼ ସେଫ୍ଟି ସେଲ - ଶାସନ କେନାଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଶାସନ କେନାଲରେ ବରଯାତ୍ରୀ ଗାଡି ଓଲଟିବା ଘଟଣା ନେଇ ତଦନ୍ତ ଆରମ୍ଭ କଲା ଓଡିଶା ରୋଡ଼ ସେଫଟି ସେଲ । ଅଧିକ ପଢନ୍ତୁ

road accident in sasan canal
road accident in sasan canal

By

Published : Apr 2, 2023, 9:26 AM IST

ଓଡିଶା ରୋଡ଼ ସେଫ୍ଟି ସେଲ

ସମ୍ବଲପୁର: ଶାସନ କେନାଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣା । ଏନେଇ ତଦନ୍ତ ଆରମ୍ଭ କଲା ଓଡିଶା ରୋଡ଼ ସେପ୍ଟି ସେଲ ଓ ଜିଲ୍ଲା ପରିବହନ ବିଭାଗ । ଗତକାଲି ଏକ ଟିମ ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁ ପରିସ୍ଥିତିରେ ଦୁର୍ଘଟଣା ହୋଇଥାଇପାରେ ସେନେଇ ବିଭିନ୍ନ ଦିଗରୁ ତର୍ଜମା ଆରମ୍ଭ ହୋଇଛି l ଏହା ସହ ସ୍ଥାନୀୟ ପୋଲିସ, ରୋଡ଼ ନିର୍ମାଣକାରୀ ସଂସ୍ଥା,ବ୍ରିଜ କେନାଲ ନିର୍ମାଣ କାରୀ ସଂସ୍ଥାର ଅଧିକାରୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଏହା ପରେ ଏହି ଟିମ ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ଜିଲ୍ଲା ରୋଡ଼ ସେଫ୍ଚି ସେଲ ତଥା ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ଦିଆଯାଇଛି l ମୁଖ୍ୟତଃ କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିଲେ ରୋଡ଼ ସେଫ୍ଚି ସେଲ ପକ୍ଷରୁ ଏକ ତଦନ୍ତ ହୋଇଥାଏ l

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଶାସନ ଥାନା ଅନ୍ତର୍ଗତ ଶାସନ କେନାଲରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ଗାଡି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଥିଲେ । ଏକ ବୋଲେରୋ ଗାଡି କେନାଲ ଭିତରକୁ ପଶିଯାଇଥିବା ଏହି ଦୁର୍ଘଟଣା ଘଟିଥିଲା । ସମ୍ବଲପୁର ଜିଲ୍ଲା ପରମାଣପୁରରୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବଡଧରା ଗାଁକୁ ବରଯାତ୍ରୀ ଗାଡିଟି ଫେରୁଥିବା ବେଳେ ଡ୍ରାଇଭର ଏକ ବୁଲାଣି ରାସ୍ତା ଜାଣି ନପାରିବାରୁ ଗାଡିଟି ଶାସନ କେନାଲ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ମୋଟ 11 ଜଣ ରହିଥିଲେ । ଗାଡି ଭିତରୁ ବାହାରି ନପାରିବାରୁ 7 ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବେଳେ,4 ଜଣେ ଆହତ ହୋଇଥିଲେ ।

ଏହି ଘଟଣା ବିଳମ୍ବିତ ରାତି ପ୍ରାୟ 2ଟାରେ ଘଟି ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା । ଆହତ 4 ଜଣଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ମୃତକ ମାନେ ହେଲେ ଅଜିତ ଖମାରୀ, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବୋଲ ଭୋଇ, ରମାକାନ୍ତ ଭୂୟାଁ ଓ ଶତ୍ରୁଘ୍ନ ଭୋଇ । ପରେ ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋ ଗାଡି ଉଦ୍ଧାର କରିଥିଲା।

ବୁର୍ଲା ଭୀମସାର ମେଡିକାଲରେ ସମସ୍ତ ମୃତକଙ୍କ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାପରେ ବଡଧରା ଗାଁ ରେ ଶୋକାକୁଳ ପରିବେଶ ଭିତରେ ଗୋଟିଏ ସ୍ଥାନରେ ମୃତଦେହ ସତ୍କାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମୃତ ସୁମନ୍ତ ଭୋଇ ଓ ସୁବୋଲ ଭୋଇ ଗୋଟିଏ ପରିବାରର ଅଟନ୍ତି । ଠିକ ସେହିପରି ଶତ୍ରୁଘ୍ନ ଭୋଇ, ରମାକାନ୍ତ ଭୂୟାଁ ଓ ଦିବ୍ୟ ଲୁହା ନିଜ ନିଜ ପରିବାରର ଏକମାତ୍ର ପୁଅ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details