ସମ୍ବଲପୁର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ 29 ତାରିଖ ରେ ପୋଲିସ ଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ପରେ ଏହାର ତଦନ୍ତ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ କରୁଛି l କ୍ରାଇମ ବ୍ରାଞ୍ଚର ତଦନ୍ତ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ପ୍ରଶ୍ନ ଉଠାଇବା ସହ ନିଜର ପିଏସଓ କୁ ଫେରେଇ ଦେଇଛନ୍ତି l ଏହାକୁ ନେଇ ଆଜି ସମ୍ବଲପୁର ରିଜର୍ଭ ପୋଲିସ ପଡିଆରେ ଓଡିଶା ପୋଲିସ ହାବିଲଦାର କାନଷ୍ଟେବଳ ସଂଘ ସମ୍ବଲପୁର ଶାଖା ପକ୍ଷରୁ ଏକ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରାଯାଇଛି l
ସଂଘର ସଭାପତି ରାମଦାସ ପଣ୍ଡା କହିଛନ୍ତି ଜଣେ ପୋଲିସ କର୍ମଚାରୀ ହାତରେ ଜଣେ ମନ୍ତ୍ରୀ ଙ୍କ ହତ୍ୟା ହେବା ନିନ୍ଦନୀୟ ଓ ଏହାକୁ ସଂଘ ନିନ୍ଦା କରୁଛି l ଏହା ସହ ସଂଘ ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାର ଲୋକଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି ।